‘ସୁପରହିରୋ’ ପାଇଁ ପ୍ରସ୍ତୁତ ହେଉଛନ୍ତି କ୍ୟାଟ୍‌

ବଲିଉଡ୍‌ କ୍ୟାଟ୍‌ କ୍ୟାଟ୍ରିନା କୈଫ୍‌ ନିଜର ଆଗାମୀ ଚଳଚ୍ଚିତ୍ର ‘ସୁପରହିରୋ’ ପାଇଁ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ବ୍ୟାୟାମ କରି ଶରୀରକୁ ଫିଟ୍‌ ରଖିବା ସହ ସୁଟିଂ ପୂର୍ବରୁ ନିଜର ବାକି ସବୁ ପ୍ରୋଜେକ୍ଟ ସାରିବାକୁ ଉଦ୍ୟମ ଚଳାଇଛନ୍ତି। ଚଳଚ୍ଚିତ୍ର ନିର୍ମାତା ଅଲ୍ଲୀ ଆବାସ ଜାଫର୍‌ ଏକ ସାକ୍ଷାତକାରରେ ଏହା କହିଛନ୍ତି। ସୁଟିଂ ପାଇଁ ଚଳଚ୍ଚିତ୍ରର ପୂରା ଟିମ୍‌ ଦୁବାଇରେ ପହଞ୍ଚିଛନ୍ତି। ଏଥିସହ ଏହି ଚଳଚ୍ଚିତ୍ରର ସିରିଜ୍‌ ପ୍ରସ୍ତୁତ ହେବାକୁ ଯାଉଥିବାରୁ ଏକ ଅନ୍ତର୍ଜାତୀୟ ଦଳ ଏଥିରେ କାମ କରୁଛନ୍ତି। କୋଭିଡ୍‌ କଟକଣା ଯୋଗୁଁ ସେମାନଙ୍କ ପାଇଁ ଭାରତକୁ ବାରମ୍ବାର ଯା’ଆସ ସମ୍ଭବ ନଥିବାରୁ ଦୁବାଇରେ ହିଁ ସେଟ୍‌ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର