ବଲିଉଡକୁ ଆସିବା ପୂର୍ବରୁ ଏହି ତାରକାମାନେ କାହା ସହ ଡେଟ୍‌ କରୁଥିଲେ

ବଲିଉଡ୍‌ରେ ଫିଲ୍ମର କଳାକାରମାନେ ନିଜ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥାଆନ୍ତି । କଳାକାରମାନଙ୍କର ବ୍ରେକ୍‌-ଅପ ହେଉ ବା ପ୍ୟାଚ୍‌-ଅପ୍‌ ତାଙ୍କ ପ୍ରଶଂସକମାନଙ୍କୁ ସବୁବେଳେ ନିଜ ପସନ୍ଦର କଳାକାରମାନଙ୍କ ବିଷୟରେ ସବୁ ଖବର ରଖିବାକୁ ଭଲ ଲାଗି ଥାଏ । ତେବେ ଫିଲ୍ମ ଦୁନିଆରେ ପାଦ ଦେବା ପରେ କଳାକାରମାନଙ୍କର ଜୀବନ ଖୋଲା ବହି ପାଲଟି ଯାଇଥାଏ । ନିଜ ପ୍ରେମ ସମ୍ପର୍କକୁ ଲୁଚାଇବାକୁ ଚାହିଁ ମଧ୍ୟ ସେମାନେ ଲୁଚାଇ ପାରନ୍ତି ନାହିଁ । କେଉଁଠି କ’ଣ କଲେ ସେ ଖବର ସେମାନଙ୍କ ପ୍ରଶଂସକମାନଙ୍କ ପାଖରେ ପହଞ୍ଚି ଯାଇଥାଏ । ତେବେ ଫିଲ୍ମ ଦୁନିଆରେ ପାଦ ରଖିବା ପୂର୍ବରୁ ସେମାନଙ୍କ ପସନ୍ଦର କଳାକାରମାନେ କାହାକୁ ଡ଼େଟ୍‌ କରୁଥିଲେ ତାହା ବୋଧ ହୁଏ ସେମାନଙ୍କ ପ୍ରଶଂସକ ମାନଙ୍କୁ ଜଣା ନ ଥିବ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କିଛି କଳାକାରମାନଙ୍କର ଅଜଣା ପ୍ରେମ କାହାଣୀ ବିଷୟରେ ।

୧.ଆଲିଆ ଭଟ୍ଟ ଏବଂ ଅଲ୍ଲୀ ଦାଦରକର
କିଛି ଦିନ ହେବ ଆଲିଆ ଏ ସବୁ ଆଓ୍ଵାର୍ଡ଼ ସୋ’ରେ ତାଙ୍କ ପ୍ରଥମ ଫିଲ୍ମର ସହ-କଳାକାର ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ନଜର ଆସୁଛନ୍ତି । ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଅଛି ବୋଲି ମଧ୍ୟ ଶୁଣାଯାଉଛି । କିନ୍ତୁ ସେ ଫିଲ୍ମ ଲାଇନ୍‌କୁ ଆସିବା ପୂର୍ବରୁ ତାଙ୍କର ପିଲାବେଳର ସାଙ୍ଗ ଅଲ୍ଲୀ ଦାଦରକରଙ୍କୁ ଡ଼େଟ୍‌ କରୁଥିଲେ । ଦୁହେଁ ସ୍କୁଲରେ ସାଥୀ ହୋଇ ପାଠ ପଢ଼ୁଥିବା ବେଳେ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା ।

bollywoodshaadis.com

୨.ସୋନାକ୍ଷୀ ସିହ୍ନା ଏବଂ ଆଦିତ୍ୟ ଶ୍ରଫ୍‌
ସୋନାକ୍ଷୀ ସିହ୍ନା ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ଫେମ୍‌ ସିନେମାର ମ୍ୟାନେଜିଙ୍ଗ୍‌ ଡ଼ାଇରେକ୍ଟର ଆଦିତ୍ୟ ଶ୍ରଫ୍‌ଙ୍କୁ ଡେଟ୍‌ କରୁଥିଲେ । କିନ୍ତୁ ସେମାନଙ୍କର ସଂପର୍କ ମାତ୍ର ଦୁଇ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ପାରିଥିଲା । ଦୁଇ ବର୍ଷ ପରେ କିଛି ଘରୋଇ ଅସୁବିଧାକୁ ନେଇ ଦୁହିଁକ ମଧ୍ୟରେ ଝଗଡ଼ା ହେବାରୁ ସେମାନଙ୍କର ବ୍ରେକ୍‌-ଅପ ହୋଇଥିଲା । ଏହା ପରେ ଆଦିତ୍ୟ ଟେଲିଭିଜନ ଅଭିନେତ୍ରୀ ମେଘା ଗୁପ୍ତାଙ୍କୁ ବିବାହ କରିଥିଲେ ।

bollywoodshaadis.com

୩.ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଏବଂ ହସନ ବିନ ରସିଦ ଅଲ ଖଲିଫା
ବଲିଉଡ଼ରେ ନିଜର ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜାକ୍‌ଲିନ୍‌ ବାହାରେନର ରାଜକୁମାର ହସନ ବିନ ରସିଦ ଅଲ ଖଲିଫାଙ୍କୁ ଡ଼େଟ୍‌ କରୁଥିଲେ । ଡ଼େଟ୍‌ କରିବାର ଦୁଇ ବର୍ଷ ପରେ ସାଜିଦ୍‌ ଖାନଙ୍କ ସହ ଜାକ୍‌ଲିନ୍‌ଙ୍କ ପ୍ରେମ ସଂପର୍କର ଖବର ପ୍ରସାରିତ ହେବା ପରେ ଦୁଇ ଜଣ ଅଲଗା ହୋଇ ଯାଇଥିଲେ ।

bollywoodshaadis.com

୪.ଅର୍ପିତା ଖାନ୍‌ ଏବଂ ଅର୍ଜୁନ୍‌ କପୁର
ଜଣେ ଅଭିନେତା ଭାବରେ ବଲିଉଡ଼କୁ ପ୍ରବେଶ କରିବା ପୂର୍ବରୁ ଅର୍ଜୁନ୍‌ କପୁର ସଲମାନ ଖାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କୁ ଡ଼େଟ୍‌ କରୁଥିଲେ । ଅର୍ପିତାଙ୍କ ସହ ତାଙ୍କ ସଂପର୍କ ଅତି ନିବିଡ଼ ଥିଲା ବୋଲି ଅୁର୍ଜନ୍‌ କପୁର ଏକ ଚାଟ୍‌ ସୋ’ରେ ମଧ୍ୟ କହିଥିଲେ । କିନ୍ତୁ କିଛି କାରଣରୁ ଅର୍ପିତା ତାଙ୍କ ତରଫରୁ ବ୍ରେକ୍‌ ଅପ କରି ଦେଇଥିଲେ ।

bollywoodshaadis.com

୫.ରଣବୀର କପୁର ଏବଂ ଅବନ୍ତିକା ମଲ୍ଲିକ
ଆଜ୍ଞା ହଁ ! ବଲିଉଡ଼ କଳାକାର ଇମ୍ରାନ ଖାନ୍‌ଙ୍କ ସ୍ତ୍ରୀ ଅବନ୍ତିକା ମଲ୍ଲିକଙ୍କୁ ରଣବୀର କପୁର ଛୋଟବେଳୁ ଭଲ ପାଉଥିଲେ । ଏଥିପାଇଁ ସେ ଅବନ୍ତିକା କରୁଥିବା ସିରିୟଲ ଜଷ୍ଟ ମୋହବତ୍‌ର ସେଟ୍‌କୁ ମଧ୍ୟ ଯାଉଥିଲେ । କିନ୍ତୁ ଏକ ଅପ୍ରୀତିକର ପରିସ୍ଥିତି ପାଇଁ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ।

bollywoodshaadis.com
ସମ୍ବନ୍ଧିତ ଖବର