ନୂଆଦିଲ୍ଲୀ : ଆଜି ସାରା ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ହୋଇଛି । ପୂର୍ବ ପର୍ଯ୍ୟାୟଗୁଡ଼ିକରେ ମୁମ୍ବାଇର ପୋଲିଂ ବୁଥ୍ରେ ବଲିଉଡ୍ ଷ୍ଟାରମାନଙ୍କର ଭିଡ଼ ଜମୁଥିବା ବେଳେ ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀରେ ବଲିଉଡ୍ କଳାକାରମାନଙ୍କର ଭିଡ଼ ଜମିଥିଲା । ଅଭିନେତ୍ରୀ ତାପ୍ସୀ ପନ୍ନୁଙ୍କଠାରୁ ଆରମ୍ଭ କରି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ପର୍ଯ୍ୟନ୍ତ ସମସ୍ତେ ମତଦାନ କରୁଥିବା ଦେଖା ଯାଇଥିଲା । ଦିଲ୍ଲୀର ବିଭିନ୍ନ ପୋଲିଂ ବୁଥ୍କୁ ଯାଇ ତାପ୍ସୀ ପନ୍ନୁ, ସିଦ୍ଧାର୍ଥ ମଲହୋତ୍ରା ଏବଂ ସ୍ୱରା ଭାସ୍କର ମତଦାନ କରିଥିଲେ ।
/sambad/media/post_attachments/wp-content/uploads/2019/05/wqw-1-300x252.jpg)
ସୂଚନା ମୁତାବକ, ରବିବାର ସକାଳୁ ଆରମ୍ଭ ହୋଇଥିଲା ୨୦୧୯ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ। ସାତଟି ରାଜ୍ୟର ୫୯ଟି ଆସନ ପାଇଁ ଏଥିରେ ମତଦାନ ହୋଇଥିଲା । ୯୭୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏହି ପର୍ଯ୍ୟାୟର ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିଥିଲା ।
/sambad/media/post_attachments/wp-content/uploads/2019/05/wqw-2-277x300.jpg)
ଉତ୍ତର ପ୍ରଦେଶରେ ୧୪ଟି ଆସନ, ହରିୟାଣାରେ ୧୦ଟି ଆସନ, ପଶ୍ଚିମବଙ୍ଗ, ବିହାର ଏବଂ ମଧ୍ୟପ୍ରଦେଶରେ ପ୍ରତ୍ୟେକ ୮ଟି କରି ଆସନ ଏବଂ ଝାଡ଼ଖଣ୍ଡରେ ୪ଟି ଆସନ ପାଇଁ ମତଦାନ ହୋଇଥିଲା ବୋଲି ଜଣା ପଡ଼ିଛି ।