ଇଚ୍ଛା ଥାଇ ମଧ୍ୟ ଅକ୍ଷୟ କୁମାରଙ୍କ ସମେତ କିଛି ବଲିଉଡ୍‌ କଳାକାର କରି ପାରିଲେ ନାହିଁ ମତଦାନ

ମୁମ୍ବାଇ : ଆଜି ସାରା ଭାରତରେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଥିବା ବେଳେ ସାଧାରଣ ଲୋକଙ୍କ ସହ ଅନେକ ବଲିଉଡ୍‌ କଳାକାର ନିଜର ମତଦାନ କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ନଜର ଆସିଥିଲା । ତେବେ ବଲିଉଡ୍‌ର ଅନେକ କଳାକାର ମତଦାନ କରିଥିବା ବେଳେ କିଛି ଆଗ ଧାଡ଼ିର ନାୟକ-ନାୟିକା ମତଦାନ କରି ନଥିବା ଜଣା ପଡ଼ିଛି । ଇଚ୍ଛା ଥାଇ ମଧ୍ୟ ଏହି ସେଲିବ୍ରିଟିମାନେ ମତଦାନ କରି ପାରି ନଥିବା ସାମ୍ନାକୁ ଆସିଛି ।

୧. ପ୍ରଥମେ ରହିଛନ୍ତି ବଲିଉଡ୍‌ର ଖିଲାଡୀ ଅକ୍ଷୟ କୁମାର । ଯଦିଓ ସେ ଭାରତୀୟ ନାଗରିକମାନଙ୍କୁ ଭୋଟ୍‌ ଦେବା ପାଇଁ ଉତ୍ସାହିତ କରିଥିଲେ । କିନ୍ତୁ ତାଙ୍କର କାନାଡିଆନ୍‌ ପାସପୋର୍ଟ ଥିବାରୁ ସେ ଚାହିଁ ବି ମତଦାନ କରି ନଥିବା ଜଣା ପଡ଼ିଛି ।

boomboomlifestyle.com

୨. ଦ୍ୱିତୀୟରେ ଆସୁଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ । ତେବେ ଫିଲ୍ମ ପାଇଁ କ୍ୟାଟ୍ରିନା ଭାରତରେ ରହୁଥିଲେ ମଧ୍ୟ ସେ ହେଉଛନ୍ତି ବ୍ରିଟେନ ନାଗରିକ । ଯାହା ପାଇଁ ସେ ଭାରତରେ ନିଜର ମତଦାନ କରି ପାରିବେ ନାହିଁ ।

Hindustan Times

୩. ତୃତୀୟରେ ଆସୁଛି ବଲିଉଡ୍‌ର ମସ୍ତାନୀ ଦୀପିକା ପାଦୁକୋନ୍‌ଙ୍କ ନାଁ । ଦୀପିକାଙ୍କ ସ୍ୱାମୀ ତଥା ଅଭିନେତା ରଣବୀର ସିଂହ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍‌ ଦେଇଥିବା ବେଳେ ଦୀପିକାଙ୍କୁ ଦେଖିବାକୁ ମିଳି ନଥିଲା । ତେବେ ଦୀପିକା କୋପେନହେଗନରେ ଜନ୍ମଗ୍ରହଣ କରିଥିବା ସହ ତାଙ୍କର ଦାନିଶ ପାସପୋର୍ଟ ରହିଛି । ଯାହା ପାଇଁ ସେ ମତଦାନ କରି ପରି ନଥିବା ଜଣା ପଡ଼ିଛି ।

Inkhabar

୪. କ୍ୟାଟ୍ରିନାଙ୍କ ଭଳି ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣଡିଜ୍‌ ମଧ୍ୟ ଫିଲ୍ମ ପାଇଁ ଭାରତରେ ଆସି ରହୁଛନ୍ତି । କିନ୍ତୁ ସେ ଶ୍ରୀଲଙ୍କାର ନାଗରିକ ହୋଇ ଥିବାରୁ ମତଦାନ କରି ନଥିବା ଜଣା ପଡ଼ିଛି ।

India Today
ସମ୍ବନ୍ଧିତ ଖବର