ରିୟାଙ୍କ ପାଇଁ ବଲିଉଡ୍‌ ଦୁଇ ଫାଳ!

ଅଭିନେତା ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲାରେ ଛନ୍ଦି ହୋଇଯାଇଥିବା ବାନ୍ଧବୀ ରିୟାଙ୍କୁ ନେଇ ଏବେ ବଲିଉଡ୍‌ ଦୁଇ ଫାଳ। ରିୟାଙ୍କ ସମର୍ଥନରେ କିଛି ମୁହଁ ଖୋଲୁଥିବା ବେଳେ ଆଉ କିଛି ତାଙ୍କୁ ଲଗାତାର ବିରୋଧ କରି ଆସୁଛନ୍ତି। ଏକ ସାକ୍ଷାତକାରରେ ସୁଶାନ୍ତଙ୍କୁ କ୍ଲାଉଷ୍ଟ୍ରୋଫୋବିଆ (ବିମାନରେ ବସିଲେ ଅସୁସ୍ଥ ଅନୁଭବ କରିବା) ଥିବା ରିୟା ପ୍ରକାଶ କରିଥିଲେ। ତେବେ ଏହାକୁ ଜୋରଦାର୍‌ ବିରୋଧ କରିଛନ୍ତି ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା‌ ଅଙ୍କିତା ଲୋଖଣ୍ଡେ। ସୁଶାନ୍ତଙ୍କୁ ଏମିତି କୌଣସି ଫୋବିଆ ନଥିବା ଅଙ୍କିତା କହିଛନ୍ତି। ଏହାସହ ସୁଶାନ୍ତ ଏକ ବିମାନ ଉଡ଼ାଉଥିବାର ଭିଡିଓ ମଧ୍ୟ ସେୟାର୍‌ କରିଛନ୍ତି। ସେହିପରି ସୁଶାନ୍ତ ମାନସିକ ଅବସାଦ ଦେଇ ଗତି କରୁଥିବା କଥାକୁ କଙ୍ଗନା ବିରୋଧ କରି କହିଛନ୍ତି ଯେ ସୁଶାନ୍ତ ଆଦୌ ମାନସିକ ରୋଗୀ ନଥିଲେ।

ତେବେ ଅଭିନେତ୍ରୀ ବିଦ୍ୟା ବାଲାନ୍‌, ସ୍ବରା ଭାସ୍କର, ଚଳଚ୍ଚିତ୍ର ନିର୍ମାତା ରାମଗୋପାଳ ବର୍ମା, ଟିଭି ଅଭିନେତ୍ରୀ ହିନା ଖାନ୍‌ ପ୍ରମୁଖ ରିୟାଙ୍କ ସପକ୍ଷରେ ବାହାରିଛନ୍ତି। ଲକ୍ଷ୍ମୀ ମାଞ୍ଚୁ ନାମକ ଜଣେ ଯୁବତୀଙ୍କ ଟ୍ବିଟ୍‌କୁ ସମର୍ଥନ ଜଣାଇ ବିଦ୍ୟା କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ଏକ ‘ମିଡିଆ ସର୍କସ୍‌’‌ରେ ପରିଣତ ହୋଇଛି। ଏହି ପରିପ୍ରେକ୍ଷୀରେ ରିୟାଙ୍କୁ ବାରମ୍ବାର ଗାଳି ଦିଆଯିବା, ଆକ୍ଷେପ କରାଯିବା, ଜଣେ ମହିଳା ହିସାବରେ ମୋତେ ବହୁତ କଷ୍ଟ ଦେଉଛି। ଜଣେ ଦୋଷୀ ସାବ୍ୟସ୍ତ ନ ହେବାକୁ ତାକୁ ନିର୍ଦ୍ଦୋଷୀ ଭାବେ ବ୍ୟବହାର ପ୍ରଦର୍ଶନ କରାଯାଉ। ଜଣଙ୍କ ସାମ୍ବିଧାନିକ ଅଧିକାରୀଙ୍କୁ ସମ୍ମାନ ଦିଆଯାଉ ଏବଂ ଆଇନକୁ ତା’ ବାଟରେ କାମ କରିବାକୁ ଦିଆଯାଉ। ସେହିପରି ଚଳଚ୍ଚିତ୍ର ନିର୍ମାତା ରାମଗୋପାଳ ବର୍ମା କହିଛନ୍ତି, ରିୟାଙ୍କ ବିଷୟରେ କିଛି ନ ଜାଣି ଲୋକମାନେ ତାଙ୍କ ଚରିତ୍ର ସଂହାରରେ ଲାଗି ପଡ଼ିଛନ୍ତି। ସ‌ମସ୍ତେ ରିୟାଙ୍କ ଶିକାର ଏମିତି କରୁଛନ୍ତି ସତେଯେମିତି ସେ ଡାହାଣୀ।

ସମ୍ବନ୍ଧିତ ଖବର