ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଶ୍ରେୟସ୍ ତଲପଡ଼େ। ନିଜର ଅଭିନୟରେ ଦର୍ଶକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିବା ଶ୍ରେୟସ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଏମର୍ଜେନ୍ସି' (Emergency) ପାଇଁ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଶ୍ରେୟସଙ୍କୁ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ୨୦୧୨ ଚଳଚ୍ଚିତ୍ର 'କମାଲ ଧମାଲ ମାଲାମାଲ'ର ଏକ କ୍ଲିପ ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ସେହି ଭିଡିଓକୁ ନେଇ ଦର୍ଶକମାନେ ରାଗିଯାଇଥିବାରୁ ନିକଟରେ କ୍ଷମା ମାଗିଛନ୍ତି ଶ୍ରେୟସ୍। କିନ୍ତୁ ପ୍ରଶ୍ନ ଉଠିଛି ଯେ ସେହି ଭିଡିଓରେ ଏପରି କ’ଣ ଥିଲା..? ତେବେ ଆସନ୍ତୁ ଜାଣିବା..

Advertisment

ସୂଚନାନୁଯାୟୀ, ଭାଇରାଲ୍ ଭିଡିଓରେ ଶ୍ରେୟସ୍ ତାଲପେଡ୍ ଅଭିନୟ କରିଥିବା ଚରିତ୍ରଟି ହିନ୍ଦୁ ଧର୍ମରେ ଥିବା ଇଶ୍ୱରଙ୍କ ପ୍ରତୀକ 'ଓଁ' କୁ ଅପମାନିତ କରୁଥିବା ଦେଖାଯାଇଛି। ଏହି କାରଣରୁ ଲୋକମାନେ ଶ୍ରେୟସ୍ ତଲପଡ଼େଙ୍କୁ ଟ୍ରୋଲ କରୁଛନ୍ତି । ଦିନକୁ ଦିନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିବାରୁ ଅଭିନେତା ସର୍ବସାଧାରଣରେ କ୍ଷମା ମାଗିଛନ୍ତି ଏବଂ କହିଛନ୍ତି ଯେ, "ଯେତେବେଳେ ଜଣେ ସୁଟିଂ କରୁଥାଏ, ସେତେବେଳେ ମନରେ ଅନେକ ଜିନିଷ ଚାଲିଥାଏ। ଏହା ସମ୍ପୂର୍ଣ୍ଣ ଅଜାଣତରେ କରାଯାଇଥିଲା ଏବଂ ମୁଁ ଏଥିପାଇଁ ବହୁତ ଦୁଃଖିତ। ଉଦ୍ଦେଶ୍ୟମୂଳକ ଭାବେ କାହାର ଭାବନାକୁ ଆଘାତ କରିବି ନାହିଁ କିମ୍ବା ସେପରି କିଛି ପୁନରାବୃତ୍ତି ବି କରିବି ନାହିଁ "।

ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ୩୦ ସେକେଣ୍ଡର ଭିଡିଓରେ ଅଭିନେତାଙ୍କୁ ଜନ୍ନି ନାମକ ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତି ଭାବରେ ଦର୍ଶାଯାଇଛି, ଏଥିରେ ଅଭିନେତା ଶ୍ରେୟସ୍ ପାଦ ରଖି ଏକ ଲରିକୁ ଅଟକାଇଥିବା ଦେଖାଯାଇଛି।