ସଂପର୍କୀୟ ଭଉଣୀଙ୍କ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ ଏହି ବଲିଉଡ ନାୟିକା

ମୁମ୍ବାଇ :ଷାଠିଏ ଓ ସତୁରି ଦଶକର ଜଣେ ଲୋକପ୍ରିୟ ନାୟିକା ଥିଲେ ବବିତା । ସେ ୧୯୪୮ ମସିହା ଅପ୍ରେଲ୍‌ ୨୦ ତାରିଖରେ ଜନ୍ମ ହୋଇଥିଲେ। ପାକିସ୍ତାନର ଅଧିବାସୀ ଥିଲେ ବବିତାଙ୍କର ପରିବାର। ହେଲେ ଭାରତ- ପାକିସ୍ତାନ ବିଭାଜନ ସମୟରେ ବବିତାଙ୍କ ପରିବାର ଭାରତରେ ସ୍ଥାୟୀଭାବେ ରହବାରେ ଲାଗିଥିଲେ। ବବିତାଙ୍କର ଜନ୍ମ ଏକ ସିନ୍ଧି ପରିବାରରେ ହୋଇଥିଲା।
ବବିତାଙ୍କ ସଂପର୍କୀୟ ଭଉଣୀ ହେଲେ ବଲିଉଡ଼୍‍ର ସେ ସମୟର ଅନ୍ୟତମ ପପୁଲାର୍‌ ନାୟିକା ସାଧନା । କୁହାଯାଏ କି ସାଧନାଙ୍କ ଯୋଗୁଁ ବବିତା ବଲିଉଡ଼୍େ‍ର ଏଣ୍ଟ୍ରି ନେଇଥିଲେ।
୧୯୬୬ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଦସ୍‌ ଲାଖ୍‌’ରେ ପ୍ରଥମେ ଅଭିନୟ କରିଥିଲେ ବବିତା। ଏହି ସିନେମାଟି କିନ୍ତୁ ବକ୍ସ ଅଫିସ୍‌ରେ ସୁପର ଫ୍ଲପ୍‌ ହୋଇଥିଲା। ଏହାପରେ ବବିତାଙ୍କର ଏକ ବଡ଼ ବଜେଟ୍‌ ସିନେମା ରିଲିଜ୍‌ ହୋଇଥିଲା। ତାହାର ଟାଇଟଲ୍‌ ହେଲା ‘ରାଜ୍‌’। ଏହି ସିନେମାରେ ବବିତା ସୁପରଷ୍ଟାର୍‌ ରାଜେଶ ଖାନ୍ନାଙ୍କ ବିପକ୍ଷରେ ଅଭିନୟ କରିଥିଲେ । ଏହି ସିନେମାଟି ଫ୍ଲପ୍‌ ହୋଇଥିଲା।
ଏହାପରେ ୧୯୬୭ରେ ବବିତାଙ୍କର ଅନ୍ୟ ଏକ ଫିଲ୍ମ ରିଲିଜ୍‌ ହୋଇଥିଲା ।ଏହି ଫିଲ୍ମର ଟାଇଟଲ୍‌ ହେଲା ‘ଫର୍ଜ’। ଏହି ସିନେମାରେ ଜିତେନ୍ଦ୍ର ଥିଲେ ତାଙ୍କ ନାୟକ। ‘ଫର୍ଜ’ କିନ୍ତୁ ସୁପରହିଟ୍‌ ହୋଇଥିଲା। ଏହାପରେ ଆଉ ପଛକୁ ଫେରି ଚାହିଁ ନଥିଲେ ସେ। ଏହାପରେ ସେ ଷ୍ଟାର୍‌ ହୋଇଥିଲେ।

photo-inextlive

ଏହାପରେ ବବିତାଙ୍କୁ ମିଳିଲା ଷ୍ଟାରଡ଼ମ୍‌। ବବିତା ମାତ୍ର ୧୯ଟି ହିନ୍ଦୀ ସିନେମାରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ଅନ୍ୟ ଲୋକପ୍ରିୟ ସିନେମା ମଧ୍ୟରେ ରହିଛି କିସ୍ମତ୍‌,ତୁମ୍‌ସେ ଅଚ୍ଛା କୌନ୍‌ ହେ,ଅନ୍‌ଜାନା, ପହଚାନ୍‌ , ହସିନା ମାନ୍‌ଜାଏଗି ଓ କଲ୍‌ ଆଜ୍‌ ଔର୍‌ କଲ୍‌।

ସମ୍ବନ୍ଧିତ ଖବର