ମୁମ୍ବାଇ : ଫିଲ୍ମ ‘ଧଡ଼କ୍’ ପାଇଁ ଏବେ ଚର୍ଚ୍ଚାରେ ଇଶାନ ଖଟ୍ଟର । ଏହି ଫିଲ୍ମ ଜୁଲାଇ ୨୦ରେ ରିଲିଜ ହୋଇଥିବା ବେଳେ ବକ୍ସ ଅଫିସରେ ଭଲ ସଫଳତା ପାଉଥିବା ଦେଖିବାକୁ ମିଳୁଛି । ଦର୍ଶକ ଏହି ଫିଲ୍ମକୁ ପସନ୍ଦ କରିଥିବା ବେଳେ ଫିଲ୍ମରେ ଦୁଇ କଳାକାର କରିଥିବା ଅଭିନୟକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଫିଲ୍ମ ଅପେକ୍ଷା ଇଶାନଙ୍କୁ ନେଇ ଏବେ ଆଉ ଏକ କଥା ସାମ୍ନାକୁ ଆସିଛି । ଇଶାନ ପୂର୍ବରୁ ‘ଷ୍ଟୁଡ଼େଣ୍ଟ ଅଫ୍ ଦ ଇୟର-୨’ରେ ନଜର ଆସିବାକୁ ଥିବା ଦୁଇ ଅଭିନେତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ଡ଼େଟ୍ କରି ସାରିଛନ୍ତି ବୋଲି ଏକ ଖବର ସାମ୍ନାକୁ ଆସିଛି । ଏହି ଖବର ପ୍ରଚାର ହେବା ପରେ ଇଶାନଙ୍କ ପ୍ରଶଂସକଙ୍କୁ ଏହି ଖବର ଆଶ୍ଚର୍ଯ୍ୟ କରିଥିବା ଦେଖିବାକୁ ମିଳିଛି ।
/sambad/media/post_attachments/wp-content/uploads/2018/07/download-1-53-300x186.jpg)
ସୂଚନା ମୁତାବକ, ‘ଷ୍ଟୁଡ଼େଣ୍ଟ ଅଫ୍ ଦ ଇୟର-୨’ରୁ ବଲିଉଡ୍ରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଥିବା ତାରା ସୁତାରିଆଙ୍କୁ ଇଶାନ ଡେଟ୍ କରୁଥିଲେ ବୋଲି ଜଣାପଡ଼ିଛି । କିନ୍ତୁ କିଛି ଦିନର ସଂପର୍କ ପରେ ଦୁହିଁଙ୍କ ମଧ୍ୟରେ କଳହ ହେବାରୁ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥଲେ । ଇଶାନଙ୍କ ଏହି ପ୍ରେମ ସଂପର୍କ ବିଷୟରେ ବିଶେଷ କାହାକୁ ଜଣା ନ ଥିବା ବେଳେ ଦୁହେଁ ଅଲଗା ହେବାର ପ୍ରକୃତ କାରଣ କ’ଣ ଥିଲା ତାହା ଜଣା ପଡ଼ିନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Ishaan-Soty-2-actress-Dating2-740x420.jpg)