‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨’ର ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରି ସାରିଛନ୍ତି ଇଶାନ ଖଟ୍ଟର

ମୁମ୍ବାଇ : ଫିଲ୍ମ ‘ଧଡ଼କ୍‌’ ପାଇଁ ଏବେ ଚର୍ଚ୍ଚାରେ ଇଶାନ ଖଟ୍ଟର । ଏହି ଫିଲ୍ମ ଜୁଲାଇ ୨୦ରେ ରିଲିଜ ହୋଇଥିବା ବେଳେ ବକ୍ସ ଅଫିସରେ ଭଲ ସଫଳତା ପାଉଥିବା ଦେଖିବାକୁ ମିଳୁଛି । ଦର୍ଶକ ଏହି ଫିଲ୍ମକୁ ପସନ୍ଦ କରିଥିବା ବେଳେ ଫିଲ୍ମରେ ଦୁଇ କଳାକାର କରିଥିବା ଅଭିନୟକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଫିଲ୍ମ ଅପେକ୍ଷା ଇଶାନଙ୍କୁ ନେଇ ଏବେ ଆଉ ଏକ କଥା ସାମ୍ନାକୁ ଆସିଛି । ଇଶାନ ପୂର୍ବରୁ ‘ଷ୍ଟୁଡ଼େଣ୍ଟ ଅଫ୍‌ ଦ ଇୟର-୨’ରେ ନଜର ଆସିବାକୁ ଥିବା ଦୁଇ ଅଭିନେତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ଡ଼େଟ୍‌ କରି ସାରିଛନ୍ତି ବୋଲି ଏକ ଖବର ସାମ୍ନାକୁ ଆସିଛି । ଏହି ଖବର ପ୍ରଚାର ହେବା ପରେ ଇଶାନଙ୍କ ପ୍ରଶଂସକଙ୍କୁ ଏହି ଖବର ଆଶ୍ଚର୍ଯ୍ୟ କରିଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ‘ଷ୍ଟୁଡ଼େଣ୍ଟ ଅଫ୍‌ ଦ ଇୟର-୨’ରୁ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଥିବା ତାରା ସୁତାରିଆଙ୍କୁ ଇଶାନ ଡେଟ୍‌ କରୁଥିଲେ ବୋଲି ଜଣାପଡ଼ିଛି । କିନ୍ତୁ କିଛି ଦିନର ସଂପର୍କ ପରେ ଦୁହିଁଙ୍କ ମଧ୍ୟରେ କଳହ ହେବାରୁ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥଲେ । ଇଶାନଙ୍କ ଏହି ପ୍ରେମ ସଂପର୍କ ବିଷୟରେ ବିଶେଷ କାହାକୁ ଜଣା ନ ଥିବା ବେଳେ ଦୁହେଁ ଅଲଗା ହେବାର ପ୍ରକୃତ କାରଣ କ’ଣ ଥିଲା ତାହା ଜଣା ପଡ଼ିନାହିଁ ।

ସମ୍ବନ୍ଧିତ ଖବର