ଜୁନ ୧ ତାରିଖରେ ଏହି ଭାଇ-ଭଉଣୀ ସାମ୍ନାସାମ୍ନି ହେବେ ! ଜିତିବ କିଏ?

ମୁମ୍ବାଇ : ବଲିଉଡ୍‌ ଅଭିନେତା ହର୍ଷବର୍ଦ୍ଧନ କପୁରଙ୍କ ଆଗାମୀ ଚଳଚ୍ଚିତ୍ର ‘ଭାବେଶ ଯୋଶି ଏକ ସୁପର ହିରୋ’ର ରିଲିଜ ତାରିଖ ନିଶ୍ଚିତ କରାଯାଇଛି। ସୂଚନା ଅନୁଯାୟୀ, ଏହି ଚଳଚ୍ଚିତ୍ର ଜୁନ ୧ ତାରିଖରେ ରିଲିଜ ହେବାକୁ ଯାଉଛି। ଚଳଚ୍ଚିତ୍ରଟି ମେ ୨୫ରେ ରିଲିଜ ହେବାକୁ ଥିବା ବେଳେ କୌଣସି କାରଣ ବଶତଃ ଏହାକୁ ଘୁଞ୍ଚାଯାଇ ଜୁନ୍‌ ୧ କରାଯାଇଛି। ତେବେ ସୋନମ୍‌ କପୁରଙ୍କ ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ବିରେ ଦି େଓ୍ଵଡ଼ିଙ୍ଗ’ ମଧ୍ୟ ସେହି ଦିନ ରିଲିଜ ହେବାକୁ ଯାଉଛି। କହିବାକୁ ଗଲେ ଉଭୟ ଭାଇଭଉଣୀ ଜୁନ ୧ ତାରିଖ ଦିନ ସାମ୍ନାସାମ୍ନୀ ହେବାକୁ ଯାଉଛନ୍ତି । ଏହା ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ବକ୍ସ ଅଫିସରେ ଭାଇ ଭଉଣୀଙ୍କ ଚଳଚ୍ଚିତ୍ର ମଧ୍ୟରେ କିଏ ବିଜେତା ସାଜୁଛନ୍ତି ତାହା ଦେଖିବାକୁ ରହିଲା ।

DNA India

ହର୍ଷବର୍ଦ୍ଧନଙ୍କର ‘ଭାବେଶ ଯୋଶି ଏକ ସୁପରହିରୋ’ ଦ୍ୱିତୀୟ ଚଳଚ୍ଚିତ୍ର ହୋଇଥିବା ବେଳେ ସୋନମ ବଲିଉଡ଼ରେ ପୂର୍ବରୁ ତାଙ୍କର ସ୍ଥାନ ତିଆରି କରିସାରିଛନ୍ତି। ବଲିଉଡ଼ ବକ୍ସଅଫିସରେ ପ୍ରଥମ ଥର ପାଇଁ ଭାଇ ଭଉଣୀଙ୍କ ମଧ୍ୟରେ ଏପରି ପ୍ରତିଯୋଗିତା ହେବାକୁ ଯାଉଛି । ତେବେ ହର୍ଷବର୍ଦ୍ଧନଙ୍କ ଅପେକ୍ଷା ସୋନମଙ୍କ ‘ବିରେ ଦି େଓ୍ଵଡ଼ିଙ୍ଗ’ ବହୁତ ଚର୍ଚ୍ଚାରେ ରହିଛି। ଏହି ଚଳଚ୍ଚିତ୍ରରେ ସୋନମଙ୍କ ବ୍ୟତୀତ ମୁଖ୍ୟ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି କରୀନା କପୁର, ସ୍ୱରା ଭାସ୍କର ଏବଂ ଶିଖା ତଲସନିଆ । ଏହା କରୀନା କପୁରଙ୍କ ମାତୃତ୍ୱ ଏବଂ ସୋନମଙ୍କ ବିବାହ ପରର ପ୍ରଥମ ଚଳଚ୍ଚିତ୍ର ରହିବ।

ସମ୍ବନ୍ଧିତ ଖବର