ମୁମ୍ବାଇ: ବଲିଉଡ୍ ଫିଲ୍ମ ନିର୍ମାତା ଓ କୋରିଓଗ୍ରାଫର ଫାରହା ଖାନ୍ ଇଣ୍ଡଷ୍ଟ୍ରିକୁ ନେଇ ବଡ଼ ବୟାନ ଦେଇଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରି ପୁରୁଷ ପ୍ରାଧାନ୍ୟ ବୋଲି କୁହାଯାଉଥିବା ବେଳେ ସେ ଏହି କଥାକୁ ନେଇ ଅସହମତି ପ୍ରକାଶ କରିଛନ୍ତି। ତାଙ୍କ ଅନୁଯାୟୀ, ଯିଏ ଅଧିକ ଟଙ୍କା ଆଣିବ, ସେ ହିଁ ସୁପରଷ୍ଟାର ବନିବ। କାବେରି ବାମଜାଇଙ୍କ ବହି ଉନ୍ମୋଚନ ଉତ୍ସବରେ ସେ ନିଜର ଏଭଳି ମତ ରଖିଛନ୍ତି।

Advertisment

फराह खान amarujala.com

ବଲିଉଡରେ ଲିଙ୍ଗ ଭେଦଭାବକୁ ନେଇ ପ୍ରଶ୍ନ କରାଯିବା ପରେ ସେ କହିଥିଲେ, ଅଭିନେତା କି ଅଭିନେତ୍ରୀ ନୁହେଁ, ଯିଏ ଅଧିକ ଟଙ୍କା ଆଣି ଦେବ, ଇଣ୍ଡଷ୍ଟ୍ରି ତାଙ୍କୁ ହିଁ ପ୍ରାଧାନ୍ୟ ଦେବ। ଯେତେବ‌େଳେ ମହିଳା ଅଧିକ ଟଙ୍କା ଆଣିବେ, ସେତେବେଳେ ସେମାନେ ମଧ୍ୟ ସୁପରଷ୍ଟାର ପାଲଟିଯିବେ। ବଲିଉଡ୍ ହେଉଛି ଗୋଟେ ପ୍ରକାରର ବ୍ୟବସାୟ। ଏଥି ପାଇଁ କେବଳ ଦେଶ ଓ ଦେଶରେ ରହୁଥିବା ଲୋକେ ଦାୟୀ। କାରଣ ସେମାନେ ହିଁ ଥିଏଟର ଯାଇ ଫିଲ୍ମ ଦେଖିଥାନ୍ତି। ଯାହା ଦ୍ବାରା ଫିଲ୍ମ ଅଧିକ ଆୟ କରିଥାଏ। ଯଦି କେବଳ ଜଣେ ଅଭିନେତ୍ରୀଙ୍କୁ ନେଇ ତିଆରି କରାଯାଇଥିବା ଫିଲ୍ମକୁ ଲେ‌ାକେ ଦେଖିବେ, ତେବେ ଜଣେ ଅଭିନେତ୍ରୀ ମଧ୍ୟ ସୁପରଷ୍ଟାର ବନି ପାରିବେ। ଗତ ୩୦ବର୍ଷ ମଧ୍ୟରେ ଅନେକ କିଛି ବଦଳିଛି। ଲୋକଙ୍କ ଚିନ୍ତାଧାରା ମଧ୍ୟ ବଦଳିଛି। ମୋର ବିଶ୍ବାସ ଏ ସ୍ଥିତି ଦିନେ ନା ଦିନେ ବଦଳିବ।