ବଲିଉଡ୍‌ର ଏହି  କଳାକାର ଯୋଡ଼ି ପ୍ରଥମେ ପରଦାରେ ଭାଇଭଉଣୀ ହୋଇଥିବା ବେଳେ ପରେ ସାଜିଥିଲେ ପ୍ରେମିକପ୍ରେମିକା 

ମୁମ୍ବାଇ: ଜଣେ କଳାକାର ହିସାବରେ ସମସ୍ତଙ୍କୁ  ଭିନ୍ନଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ପଡ଼ିଥାଏ । କେତେବେଳେ ପ୍ରେମୀ ବା ପ୍ରେମିକା ହୋଇଥାନ୍ତି ତ କେତେ ବେଳେ ମାତା-ପିତାଙ୍କ ଚରିତ୍ରରେ ନଜର ଆସିଥାନ୍ତି । ଆଜି ଆମେ କିଛି ଏପରି କଳାକାରଙ୍କ ବିଷୟରେ ଜଣାଇବାକୁ ଯାଉଛୁ,ଯେଉଁମାନେ ପରଦା ଉପରେ ଭାଇ-ଭଉଣୀର ଚରିତ୍ର କରିଥିବା ବେଳେ ପରବର୍ତ୍ତୀ ଛବିରେ ପ୍ରେମିକ-ପ୍ରେମିକାର ଚରିତ୍ରରେ ନଜର ଆସିଥିଲେ ।

 

୧.ଅଭିନେତ୍ରୀ ଦୀପିକା ପାଦୁକୋନ ଫିଲ୍ମ ‘ରେସ୍‌-୨’ରେ ଜନ୍‌ ଆବ୍ରାହମ୍‌ଙ୍କ ଭଉଣୀର ଚରିତ୍ରରେ ନଜର ଆସିଥିବା ବେଳେ ଫିଲ୍ମ ‘ଦେଶୀ ବଏଜ୍‌’ରେ ଦୁଇ ଜଣ ରୋମାନ୍ସ କରୁଥିବାର ନଜର ଆସିଥିଲେ । ଏହି ଦୁଇଟି ଫିଲ୍ମ ବକ୍ସ ଅଫିସରେ  ଭଲ ବ୍ୟବସାୟ କରି ପାରି ନଥିଲା ।

tez887.pixnet.net

୨.ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାଏ ବଚ୍ଚନ ୨୦୦୦ ମସିହାରେ ଆସିଥିବା ଫିଲ୍ମ ‘ଜୋଶ’ରେ ଭାଇ-ଭଉଣୀର ଚରିତ୍ରରେ ନଜର ଆସିଥିଲେ । ପରେ ଏହି ଦୁଇ ଯୋଡ଼ିକୁ ଫିଲ୍ମ ‘ଦେବଦାସ’, ‘ମୋହବତେଁ’ ଏବଂ ‘ଏ ଦିଲ୍‌ ହୈ ମୁସ୍‌କିଲ’ରେ ପ୍ରେମୀଯୁଗଳ ଭାବେ ଦର୍ଶକ ଦେଖିବାକୁ ପାଇଥିଲେ । ଦୁଇଟି ଯାକ ଚରିତ୍ରରେ ଦର୍ଶକ ସେମାନଙ୍କୁ ଗ୍ରହଣ କରିଥିଲେ ।

Deccan Chronicle

୩.ଅଭିନେତ୍ରୀ ଜୁହି ଚାଓ୍ଵଲା ଏବଂ ବଲିଉଡ୍‌ର ଖିଲାଡ଼ି ଅକ୍ଷୟ କୁମାର ଫିଲ୍ମ ‘ଏକ୍‌ ରିସ୍ତା’ରେ ଭାଇ-ଭଉଣୀର ଚରିତ୍ରରେ ନଜର ଆସିଥିବା ବେଳେ ଫିଲ୍ମ ‘ମିଷ୍ଟର ଆଣ୍ଡ ମିସେସ୍‌ ଖିଲାଡ଼ି’ରେ ଦୁଇ ଜଣଙ୍କୁ ପରଦା ଉପରେ ରୋମାନ୍ସ କରୁଥିବାର ଦେଖା ଯାଇଥିଲା ।

Bollywoodlife.com

୪.ଏହି ଲିଷ୍ଟରେ ଅଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ବାଜିରାଓ ରଣବୀର ସିଂ । ଏହି ଦୁଇ ଜଣଙ୍କୁ ଦର୍ଶକେ ଫିଲ୍ମ ‘ଗୁଣ୍ଡେ’ରେ ରୋମାନ୍ସ କରୁଥିବାର ଦେଖିଥିବା ବେଳେ ‘ଦିଲ୍‌ ଧଡ଼୍‍କନେ ଦୋ’ରେ ଭାଇ-ଭଉଣୀର ଚରିତ୍ରରେ ଦେଖିବାକୁ ପାଇଥିଲେ ।

DNA India

୫.ବଲିଉଡ୍‌ ଅଭିନେତା ତୁଷାର କପୁର ଏବଂ ଅଭିନେତ୍ରୀ କରୀନା କପୁର ଏକା ସାଙ୍ଗରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଫିଲ୍ମ ‘ମୁଝେ କୁଛ୍‌ କେହେନା ହୈ’ ଏବଂ ‘ଜିନା ସିର୍‌ଫ ମେରେ ଲିଏ’ରେ ଦୁଇ ଜଣଙ୍କ ପ୍ରେମୀ ଯୁଗଳ ହୋଇଥିବା ବେଳେ ଫିଲ୍ମ ‘ଗୋଲମାଲ-୨’ରେ ଦୁଇ ଜଣ ଭାଇ-ଭଉଣୀ ଚରିତ୍ରରେ ନଜର ଆସିଥିଲେ ।

SantaBanta
ସମ୍ବନ୍ଧିତ ଖବର