କେହି ଭାବି ନ ଥିଲେ ଏହି ସବୁ ଫିଲ୍ମ ବକ୍ସ ଅଫିସ୍‌ରେ ଧମାକା କରିବ !

ପ୍ରତି ଶୁକ୍ରବାର ଭିନ୍ନ ଭିନ୍ନ ସ୍ୱାଦର ବଲିଉଡ଼ ଫିଲ୍ମ ରିଲିଜ୍‌ ହୋଇଥାଏ । ସେଥି ମଧ୍ୟରୁ କିଛି ଫିଲ୍ମ ହିଟ୍‌ ହୁଏ ତ କିଛି ହୁଏ ଫ୍ଲପ୍‌ । କିଛି ଫିଲ୍ମ ଅଧିକ ବଜେଟ୍‌କୁ ନେଇ ହୋଇଥାଏ ତ କିଛି ଫିଲ୍ମ କମ ବଜେଟ୍‌ରେ । ବେଳେ ବେଳେ ଅଧିକ ବଜେଟ୍‌ ଥିବା ଫିଲ୍ମ ବକ୍ସ ଅଫିସରେ ଚାଲୁ ନ ଥିବା ବେଳେ କମ ବଜେଟ୍‌ର ଫିଲ୍ମ ବି କମାଲ କରିଥାଏ । ଆଜି ଆମେ ସେଭଳି କିଛି ଫିଲ୍ମ ଉପରେ ନଜର ପକାଇବା ଯାହା କମ ବଜେଟ୍‌ର ହୋଇ ମଧ୍ୟ ବକ୍ସ ଅଫିସରେ ଭଲ ସଫଳତା ପାଇଥିଲା ।

୧.ରେଡ଼୍‍ : କିଛି ଦିନ ତଳେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ରେଡ଼’୍‍ । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଜୟ ଦେବ୍‌ଗନ୍‌ ଏବଂ ଇଲିଆନା ଡ଼ିକ୍ରୁଜ୍‌ । ଏହି ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଫିଲ୍ମଟି ପ୍ରଥମ ସପ୍ତାହରେ ଭଲ ଆୟ କରିଥିଲା । ରିଲିଜ୍‌ ପୂର୍ବରୁ ଏହା ଏତେ ସଫଳତା ପାଇବା ବୋଲି କେହି ଆଶା କରି ନଥିବା ବେଳେ ରିଲିଜ୍‌ ପରେ ଏହା ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ରିଲିଜ୍‌ ଦିନ ବକ୍ସ ଅଫିସରେ ୧୦.୦୪ କୋଟି ଆୟ କରିଥିବା ବେଳେ ସପ୍ତାହ ଶେଷରେ ୪୧.୦୧କୋଟି ଆୟ କରିଥିଲା, ଯାହାକି ୨୦୧୮ର ଦ୍ୱିତୀୟ ବୃହତ ଆୟ ବୋଲି ଜଣା ପଡ଼ିଛି ।

indiatimes.com

୨.ସୋନୁକି ଟିଟୁ କି ସ୍ୱିଟି : ପ୍ରେମ ଏବଂ ବନ୍ଧୁତାକୁ ନେଇ ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଏଥିରେ ପ୍ରେମ ଏବଂ ବନ୍ଧୁତାକୁ ଏକ ଅଲଗା ଅନ୍ଦାଜରେ ପରିବେଷଣ କରାଯାଇଥିବା ବେଳେ ‘ସୋନୁ କି ଟିଟୁ କି ସ୍ୱିଟି’ରେ ଥିବା ରୋମାନ୍ସକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ । ରିଲିଜ୍‌ ସପ୍ତାହ ଶେଷରେ ଫିଲ୍ମଟି ୧୦୦କୋଟି ଟଙ୍କା ଆୟ କରିଥିଲା ବୋଲି ଜଣାପଡ଼ିଛି । ୨୦୧୮ରେ ପ୍ରଥମେ ‘ପଦ୍ମାବତ୍‌’ ୧୦୦କୋଟି ଟଙ୍କା ଆୟ କରିଥିଲା ଏବଂ ଦ୍ୱିତୀୟରେ ନିଜର ସ୍ଥାନ ବନାଇଛି ‘ସୋନୁ କି ଟିଟୁ କି ସ୍ୱିଟି’।

indiatimes.com

୩.ଗୋଲମାଲ ୪ : ଏହା ହେଉଛି ଗୋଳମାଲର ଚତୁର୍ଥ ସିକ୍ୱେଲ୍‌ । ପୂର୍ବରୁ ଏହାର ତିନୋଟି ଭାଗ ରିଲିଜ୍‌ ହୋଇ ଯାଇଥିବାରୁ ‘ଗୋଲମାଲ ୪’ କୁ ଏତେ ସଫଳତା ମିଳିବ ବୋଲି କେହି ଆଶା କରି ନ ଥିଲେ । ହରର୍‌,କମେଡ଼ି ଏବଂ ଡ଼୍ରାମାକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମ ପ୍ରଥମ ସପ୍ତାହରେ ହିଁ ବ୍ଲକ୍‌ବଷ୍ଟର ସାବ୍ୟସ୍ତ ହୋଇଥିଲା । ଏହି ଫିଲ୍ମରେ ନଜର ଆସିଥିଲେ ପରିଣୀତି ଚୋପ୍ରା ଏବଂ ତବୁ ।

indiatimes.com

୪.ହିନ୍ଦୀ ମିଡ଼ିୟମ : ୨୦୧୭ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଇର୍‌ଫାନ୍‌ ଖାନ୍‌ ଏବଂ ପାକିସ୍ତାନୀ କଳାକାର ସବା କମର୍‌ । ‘ହିନ୍ଦୀ ମିଡ଼ିୟମ’ର ପିିଲାମାନଙ୍କୁ କ’ଣ କ’ଣ ଅସୁବିଧାର ସାମ୍ନା କରିବାକୁ ପଡ଼େ ତାହା ଏଥିରେ ଦର୍ଶାଯାଇଥିଲା । ଫିଲ୍ମଟି କମ ବଜେଟ୍‌ର ହୋଇଥିଲେ ମଧ୍ୟ ଏହା ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା ।

indiatimes.com

୫.ସିକ୍ରେଟ୍‌ ସୁପରଷ୍ଟାର : ୨୦୧୭ର ଏହା ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଗୋଟିଏ । ଚାଇନାରେ ଏହି ଫିଲ୍ମଟି ୫୦୦କୋଟି ଆୟ ମଧ୍ୟ କରି ସାରିଛି । କମ ବଜେଟ୍‌ରେ ତିଆରି ହୋଇଥିବା ଏହି ଫିଲ୍ମର କାହାଣୀ ଦର୍ଶକଙ୍କୁ ପସନ୍ଦ ଆସିବା ସହ ଏହା ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇ ପାରିଥିଲା ।

indiatimes.com
ସମ୍ବନ୍ଧିତ ଖବର