ପତ୍ନୀଙ୍କ କଲ୍‌ ରେକର୍ଡ ତନଖି କରୁଥିଲେ ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକି; ପଛରେ ଲଗାଇଥିଲେ ଗୁପ୍ତଚର

ମୁମ୍ବାଇ: ନିଜର ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ଅଭିନେତା ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକି । ବର୍ତ୍ତମାନ କିନ୍ତୁ ଅନ୍ୟ ଏକ ଖବରକୁ ନେଇ ନଓ୍ଵାଜ ଚର୍ଚ୍ଚାର ବିଷୟ ପାଲିଟିଛନ୍ତି । ମୁମ୍ବାଇ ପୁଲିସ କଲ ଡ଼ାଟା ରେକର୍ଡ (ସିଡ଼ିଆର)ମାମଲାରେ ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକ, ତାଙ୍କ ଓକିଲ ରିଜଓ୍ଵାନ ସିଦ୍ଦିକି ଏବଂ ତାଙ୍କ ପତ୍ନୀଙ୍କୁ ସମନ ଜାରି କରିଛି । ନଓ୍ଵାଜୁଦ୍ଦିନ୍‌ ତାଙ୍କ ଉପରେ ପତ୍ନୀ ଅଞ୍ଜଳିଙ୍କର ବେଆଇନ ଫୋନ କଲ ଡ଼ାଟା ବାହାର କରିବା ଏବଂ ପଛରେ ଗୁପ୍ତଚର ଲଗାଇବା ଆରୋପ ରହିଛି । ଗଣମାଧ୍ୟମରେ ଏହି ଖବର ଆସିବା ପରେ ନଓ୍ଵାଜ ନିଜର ରାଗକୁ ଟ୍ଵିଟର ଜରିଆରେ ପ୍ରଶଂସକଙ୍କ ପାଖରେ ପହଞ୍ଚାଇଛନ୍ତି ।

ସେ ଟ୍ଵିଟ୍‌ କରିଛନ୍ତି, ‘ମୁଁ କାଲି ସନ୍ଧ୍ୟାରେ ମୋ ଝିଅର ସ୍କୁଲ ପ୍ରୋଜେକ୍ଟରେ ବ୍ୟସ୍ତଥିଲି । ଏହି ପ୍ରୋଜେକ୍ଟଟି ହାଇଡ୍ରୋଇଲେଟ୍ରିକ ଫାଇବର ଜେନରେଟର ଉପରେ ଥିଲା। ଆଜି ସକାଳେ ସେହି ପ୍ରୋଜେକ୍ଟର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ଏବଂ ମୁଁ ସେଠାକୁ ଯାଇଥିଲି । ମୁଁ ଆଶ୍ଚର୍ଯ୍ୟ ହେଉଛି କାହିଁକି ମିଡିଆ ମୋ ଉପରେ ଏପରି ବେକାର ଆରୋପ ଲାଗାଉଛି ଏବଂ ଏହାକୁ ମୁଁ ଘୃଣା କରେ।’

YouTube

ଖବର ଅନୁଯାୟୀ, ନଓ୍ଵାଜଙ୍କୁ ତାଙ୍କ ପତ୍ନୀଙ୍କ ଉପରେ ବିଶ୍ୱାସ ନ ଥିଲା । ସେ ତାଙ୍କ ପଛରେ ମହିଳା ଗୁପ୍ତଚର ଲଗାଇଥିଲେ ।ଏହାଛଡ଼ା ନଓ୍ଵାଜ ତାଙ୍କ ଓକିଲ ରିଜଓ୍ଵାନ ସିଦ୍ଦିକିଙ୍କ ସାହାଯ୍ୟରେ ତାଙ୍କ ପତ୍ନୀଙ୍କ ଫୋନ ଡ଼ାଟା ବାହାର କରାଯାଇଥିଲା । ନଓ୍ଵାଜ ଏହି ସବୁ ରିଜଓ୍ଵାନଙ୍କ ଜରିଆରେ କରୁଥିଲେ । ଏହା ସହ ଅଞ୍ଜଳି କେତେବେଳେ କାହା ସହ କଥା ହେଉଛନ୍ତି ଏହା ଉପରେ ନଜର ରଖୁଥିଲେ ବୋଲି କହିଛନ୍ତି ଜନୈକା ଗୁପ୍ତଚର ରଜନୀ ପଣ୍ଡିତ।

ସମ୍ବନ୍ଧିତ ଖବର