ମୁମ୍ବାଇ: ବଲିଉଡରେ ‘ଚେନ୍ନାଇ ଏକ୍ସପ୍ରେସ’, ‘ଦିଲୱାଲେ’, ‘ହାପି ନ୍ୟୁ ଇୟର୍’ ଏବଂ ‘ରା ଓ୍ବାନ୍’ ଭଳି ପିଲ୍ମର ନିର୍ମାଣ କରିଥିବା ନିର୍ମାତା କରିମ ମୋରାନି କୋଭିଡ -୧୯ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣା ପଡିଛି | ତାଙ୍କର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ଏବେ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ ତାଙ୍କର ଦୁଇ ଝିଅ ଜୋଆ ଏବଂ ଶାଜା ମଧ୍ୟ କୋଭିଡ -୧୯ ଦ୍ୱାରା ଆକ୍ରାନ୍ତ ହୋଇଥିଲେ।
/sambad/media/post_attachments/06ad25e88b118b0e964f7b96d36831ed314acb157b8fa3a1cb2483eb4f85be88.jpg)
କରିମଙ୍କ ଭାଇ ମହମ୍ମଦ କହିଛନ୍ତି ଯେ,"ହଁ, ସେ ତାଙ୍କ ଝିଅମାନଙ୍କ ସହିତ ଥିବାରୁ କୋଭିଡ -୧୯ ଦ୍ୱାରା ସଂକ୍ରମିତ ହୋଇଛନ୍ତି | କରିମଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି | ତାଙ୍କୁ ଏବେ ନାନାବତୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି" ବୋଲି ସେ କହିଛନ୍ତି।
ସୂଚନା ମୁତାବକ, ମାର୍ଚ୍ଚ ପ୍ରଥମ ସପ୍ତାହରେ ଶ୍ରୀଲଙ୍କାରୁ ଫେରିଥିବା ଶାଜା କୌଣସି ଲକ୍ଷଣ ଦେଖାଇ ନଥିଲେ ମଧ୍ୟ କରୋନା ଆକ୍ରାନ୍ତ ଥିବା ଜଣା ପଡ଼ିବା ପରେ ତାଙ୍କୁ ସୋମବାର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିଭଳି ଭାବରେ ମାର୍ଚ୍ଚ ମଧ୍ୟଭାଗରେ ରାଜସ୍ଥାନରୁ ଫେରିଥିବା ଶାଜାଙ୍କ ଭଉଣୀ ଜୋଆ ମଧ୍ୟ ପରେ ପରେ କୋଭିଡ -୧୯ ଦ୍ୱାରା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା | ବର୍ତ୍ତମାନ କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିବା ଜଣା ପଡିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/ae1661cd-083c-408b-8b31-616182f34d31.jpg)