ସାମ୍ନାକୁ ଆସିଲା ନେହା-ହିମାନ୍ସଙ୍କ ବ୍ରେକ୍-ଅପ୍ର କାରଣ, ଇଣ୍ଡିଆନ୍ ଆଇଡଲ୍ର ଏହି ପ୍ରତିଯୋଗୀଙ୍କ ପାଇଁ ହୋଇଛି ବିଚ୍ଛେଦ
ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍ର ଆଗଧାଡ଼ିର କଣ୍ଠଶିଳ୍ପୀ ନେହା କକ୍କର ଏବଂ ଅଭିନେତା ହିମାନ୍ସ କୋହଲୀ ପରସ୍ପରଠାରୁ ଅଲଗା ହୋଇ ଯାଇଥିବାର ଖବର ମିଳିଥିଲା । ଦୁହେଁ ସୋସିଆଲ ସାଇଟ୍ରୁ ନିଜ ନିଜର ଫଟୋ ହଟାଇଦେବା ସହ ପରସ୍ପରକୁ ଅନ୍ଫଲୋ କରିଥିଲେ । ଏହା ସହ ନେହା ନିଜ ଇନ୍ଷ୍ଟା ଷ୍ଟାଟସରେ ଦୁଃଖଭରା ଷ୍ଟାଟସ ରଖିବା ପରେ ଦୁହିଁଙ୍କ ମଧ୍ୟରେ ଏବେ ଆଉ କିଛି ନାହିଁ ବୋଲି ସେମାନଙ୍କ ପ୍ରଶଂସକ ଜାଣି ଯାଇଥିଲେ। ବ୍ରେକ୍-ଅପ୍ର ଖବର ଆସିବା ପରେ ଏହା ପଛର କାରଣ କ’ଣ ଥିଲା ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିବା ବେଳେ ଏବେ କାରଣଟି ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଇଣ୍ଡିଆନ ଆଇଡଲରେ ଥିବା ପ୍ରତିଯୋଗୀଙ୍କ ସହ ନେହାଙ୍କ ସଂପର୍କ ଥିବା ସନ୍ଦେହ କରି ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ହିମାନ୍ସଙ୍କ ମନରେ ଆସିଥିବା ଏହି ସନ୍ଦେହ ପାଇଁ ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କ ଭାଙ୍ଗିଯାଇଥିବା ସାମ୍ନାକୁ ଆସିଛି । କିନ୍ତୁ ଇଣ୍ଡିଆନ ଆଇଡଲର ସେହି ପ୍ରତିଯୋଗୀ ଜଣଙ୍କ କିଏ ତାହା ଜଣା ପଡ଼ି ପାରି ନାହିଁ ।