ବଲିଉଡ ଗୀତ କେବଳ ଭାରତରେ ନୁହେଁ ଲଣ୍ଡନରେ ବି ଲୋକପ୍ରିୟ, ଭାଇରାଲ୍‌ ହେଲା ଭିଡିଓ

ଲଣ୍ଡନ: ବଲିଉଡ ଗୀତ କେବଳ ଭାରତରେ ନୁହେଁ ଲଣ୍ଡନରେ ମଧ୍ୟ ଲୋକେ ଖୁବ ପସନ୍ଦ କରନ୍ତି। ଏହାର ପ୍ରମାଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ପ୍ରମାଣ କରୁଛି। ଗାୟକ ସୋନୁ ନିଗମଙ୍କ ବିଷୟରେ କିଏବା ନ ଜାଣେ? ତେବେ ଭିଡ଼ିଓରେ ଥିବା ବ୍ୟକ୍ତି ଅବିକଳ ସୋନୁ ନିଗମ ପରି ଗୀତ ଗାଉଛନ୍ତି। ଏହି ବ୍ୟକ୍ତିଙ୍କ ସ୍ୱର ଶୁଣି ଆପଣ ଅନୁଭବ କରିପାରିବେ ଯେପରି ସୋନୁ ନିଗମ ଲଣ୍ଡନ ରାସ୍ତାରେ ଏହି ଗୀତ ଗାଉଛନ୍ତି।

ଏହି ଭାଇରଲ ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଲଣ୍ଡନ ରାସ୍ତାରେ ସୋନୁ ନିଗମଙ୍କ ଗୀତ ‘କାଲ ହୋ ନା ହୋ’ ଗାଉଛନ୍ତି। ହାତରେ ମାଇକ୍ ଧରି ଏହି ବ୍ୟକ୍ତି ଏହି ଗୀତକୁ ଅତ୍ୟନ୍ତ ଆତ୍ମବିଶ୍ୱାସର ସହ ଗାଇଚାଲିଛନ୍ତି।

 

 

View this post on Instagram

 

A post shared by Vish (@vish.music)

ଏହି ବ୍ୟକ୍ତିଙ୍କ ସ୍ୱର ଶୁଣିବା ପରେ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। କିଛି ଲୋକ ସୋସିଆଲ ମିଡିଆରେ କହିଛନ୍ତି ଯେ ଇଏ ହେଉଛନ୍ତି ସୋନୁ ନିଗମ। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଏହି ଭିଡିଓ ଦେଖି ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି। ଏହି ଭାଇରାଲ୍ ଭିଡିଓ ଏପର୍ଯ୍ୟନ୍ତ ଅନେକ ଥର ଦେଖାଯାଇଛି। ଏହି ଟ୍ରେଣ୍ଡିଂ ଭିଡିଓକୁ ହଜାର ହଜାର ଲୋକ ଲାଇକ କରିଛନ୍ତି। କେବଳ ଏତିକି ନୁହେଁ, କମେନ୍ଟ ବକ୍ସରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର