ଏହି ଷ୍ଟାର୍‌କିଡମାନେ ଫ୍ଲପ ଷ୍ଟାର୍‌ !

ବଲିଉଡରେ ଏମିତି କେତେଜଣ ଷ୍ଟାର୍‌ କିଡ ଅଛନ୍ତି, ଯେଉଁମାନଙ୍କୁ ଫ୍ଲପ ଷ୍ଟାର୍‌ ବୋଲି କୁହାଯାଉଛି । ସେମାନଙ୍କ ସଂପର୍କରେ ଆସନ୍ତୁ ଜାଣିବା

୧- ବବି ଦେଓଲ: ୧୯୯୫ ରେ ରିଲିଜ୍‌ ହୋଇଥିବା ‘ବରସାତ୍‌’ ଫିଲ୍ମରୁ ଡେବ୍ୟୁ କରିଥିଲେ ଧର୍ମେନ୍ଦ୍ରଙ୍କ ସାନ ପୁଅ ବବି ଦେଓଲ । ଚଳିତ ବର୍ଷ ତାଙ୍କ ଅଭିନୀତ ‘ପୋଷ୍ଟର ବଏଜ୍‌’ ରିଲିଜ୍‌ ହୋଇଥିଲା, ଯାହା ଫ୍ଲପ୍‌ ତାଲିକାକୁ ଯାଇଛି । ଏବେ ତାଙ୍କ ହାତରେ ରହିଛି ‘ୟମଲା ପଗ୍‌ଲା ଦିଓ୍ଵାନା-୩’ ଓ ‘ରେସ୍‌ -୩’ । ସେ ଗୁପ୍ତ, ସୋଲଜର୍‌, ବିଚ୍ଛୁ, ଅଜନବୀ ଓ ଆପ୍‌ନେ ଭଳି ସୁପରହିଟ୍‌ ଫିଲ୍ମ ଦେଇଥିଲେ ବି ବଲିଉଡରେ ଖାସ୍‌ ସଫଳତା ପାଇନାହାନ୍ତି ।

bollywoodcolor.com

୨-ଶ୍ରୁତି ହାସନ୍‌ : ୨୦୦୯ରେ କମଲ ହାସନ୍‌ଙ୍କ କନ୍ୟା ଶ୍ରୁତି ହାସନ୍‌ ବଲିଉଡରେ ଡେବ୍ୟୁ କରିଥିଲେ । ସେ ଏହାପରେ ଦିଲ୍‌ ତୋ ବଚା ହେ ଜି, ରମେୟା ବସ୍ତାବେୟା, ଡି ଡେ ଓ ଓ୍ଵଲକମ୍‌ ବ୍ୟାକ୍‌ ଆଦି ସିନେମାରେ ନାୟିକା ଭୂମିକା କରିଥିଲେ ବି ଏଯାବତ୍‌ ଟପ୍‌ ହିରୋଇନ୍‌ ହୋଇ ପାରିନାହାନ୍ତି ।

photo-india today

୩- ଉଦୟ ଚୋପ୍ରା: ପ୍ରଖ୍ୟାତ ନିର୍ମାତା- ନିର୍ଦ୍ଦେଶକ ୟଶ ଚୋପ୍ରାଙ୍କ ପୁଅ ଉଦୟ ଚୋପ୍ରା ୨୦୦୦ର ହିଟ୍‌ ସିନେମା ‘ମୋହବତେଁ’ରେ ଡେବ୍ୟୁ କରିଥିଲେ । ଏହାପରେ ତାଙ୍କୁ ମେରେ ୟାର୍‌ କି ଶାଦି , ମୁଝସେ ଦୋସ୍ତି କରୋଗି, ସୁପାରି, ଧୁମ୍‌, ନୀଲ ଏନ୍‌ ନିକି, ଧୁମ୍‌ -୨ଓ ଧୁମ୍‌-୩ ରେ ଦେଖିବାକୁ ମିଳିଛି । କିନ୍ତୁ ସେ ଜଣେ ଫ୍ଲପ୍‌ ହିରୋ ।

photo-bridalbox.com

୪- ଇଶା ଦେଓଲ: ଧର୍ମେନ୍ଦ୍ର- ହେମାମାଳିନୀଙ୍କ କନ୍ୟା ଇଶା ଦେଓଲ ବି ବଲିଉଡ୍‌ରେ ଖାସ୍‌ ସଫଳତା ହାସଲ କରି ନ ଥିଲେ । ସେ ‘କୋଇ ମେରେ ଦିଲ୍‌ ସେ ପୁଚ୍ଛେ’ ଜରିଆରେ ଡେବ୍ୟୁ କରିଥିଲେ । ତା’ପରେ ଇଶା କୁଚ୍ଛ ତୋ ହୈ, ଚୁରାଲିୟା ହୈ ତୁମନେ, ଧୁମ୍‌, କାଲ୍‌, ଦସ୍‌ ଓ ନା ତୁମ୍‌ ଜାନୋ ନା ହମ୍‌ ଆଦି ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଥିଲେ ।

photo-biographia.co.in

୫- ଫରଦୀନ୍‌ ଖାନ୍‌ : ଅଭିନେତା- ନିର୍ମାତା-ନିର୍ଦ୍ଦେଶକ ଫିରୋଜ୍‌ ଖାନ୍‌ଙ୍କ ପୁଅ ଫରଦୀନ୍‌ ଖାନ୍‌ ‘ପ୍ରେମ୍‌ ଅଗନ୍‌’ ଭଳି ଫ୍ଲପ୍‌ ସିନେମାରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ପରେ ଫିଦା, ପ୍ୟାର୍‌ ତୁନେ କ୍ୟା କିୟା, ଜଙ୍ଗଲ୍‌ ଓ ଅଲଦି ବେଷ୍ଟ ଆଦି କେତେକ ସିନେମାରେ ଅଭିନୟ କରିଥିଲେ ଫରଦୀନ୍‌, ହେଲେ ଟପ୍‌ ହିରୋ ହୋଇପାରିନଥିଲେ।

photo-rediff.com

୬- ତନିଷା ମୁର୍ଖାଜୀ: ପ୍ରଖ୍ୟାତ ଅଭିନେତ୍ରୀ ତନୁଜାଙ୍କ ବଡ ଝିଅ କାଜୋଲ୍‌ ବଲିଉଡରେ ଟପ୍‌ ହିରୋଇନ୍‌ ହେବାରେ ସଫଳ ହୋଇଛନ୍ତି । କିନ୍ତୁ ସାନ ଝିଅ ତନିଷାଙ୍କ କ୍ଷେତ୍ରରେ ସେଭଳି ଘଟି ନାହିଁ । ସେ ଶଶ୍‌, ନୀଲଏନ୍‌ ନିକି,ସରକାର ଆଦି ସିନେମାରେ ଅଭିନୟ କରିଛନ୍ତି ।

photo-bollywood superstar.com

୭- କୁମାର ଗୌରବ: ଜୁବଲି ଷ୍ଟାର୍‌ ରାଜେନ୍ଦ୍ର କୁମାରଙ୍କ ପୁଅ କୁମାର ଗୌରବ ‘ଲଭ ଷ୍ଟୋରି’ ଭଳି ବ୍ଲକବଷ୍ଟର ମୁଭିରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ପରେ ତାଙ୍କୁ ତେରି କସମ୍‌, ଲଭର୍ସ, ରୋମାନ୍ସ, ଅଲରାଉଣ୍ଡର୍‌ , ଫୁଲ ଓ ଗ୍ୟାଙ୍ଗ୍‌ ଆଦି ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ । କିନ୍ତୁ ସେ ଫ୍ଲପ୍‌ ହିରୋର ମାନ୍ୟତା ପାଇଥିଲେ ।

ସମ୍ବନ୍ଧିତ ଖବର