ଜାଣନ୍ତୁ ଆପଣଙ୍କ ପସନ୍ଦର ବଲିଉଡ ଷ୍ଟାରମାନେ କହାକୁ ପ୍ରଥମ ଦେଖାରେ ମନ ଦେଇ ବସିଥିଲେ?

ସମସ୍ତଙ୍କର କିଏ ନା’ କିଏ କ୍ରସ ଥାଏ । ଯାହାର ପ୍ରଥମ ଝଲକରେ ସେମାନେ ସବୁକିଛି ଭୁଲି ଯାଇଥାନ୍ତି । ଆପଣମାନଙ୍କର ମଧ୍ୟ ଥିବେ । ସେ କେଉଁ ସେଲିବ୍ରିଟି ହୁଅନ୍ତୁ ସାଧାରଣ ଲୋକ । କାହା ଉପରେ ନିହାତି ଭାବରେ ଆପଣଙ୍କର କ୍ରସ ଆସିଥିବ ନିଶ୍ଚୟ। ଯାହାକୁ ଦେଖିବା ପରେ ଆପଣ ଆପଣଙ୍କ ପାଖରେ ରହୁ ନଥିବେ । ତେବେ କେବଳ ସାଧାରଣ ଲୋକମାନଙ୍କର ନୁହେଁ, କିଛି ସେଲିବ୍ରିଟି ଏପରି ଅଛନ୍ତି ଯାହାଙ୍କ କ୍ରସ ବିଷୟରେ ଆପଣ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ସେଲିବ୍ରିଟି କ୍ରସ ବିଷୟରେ…


୧. ଆଲିଆ ଭଟ୍ଟ: ଆଲିଆ ଭଟ୍ଟ, ଯିଏ ନିଜେ ଲକ୍ଷ ଲକ୍ଷ ଲୋକଙ୍କର କ୍ରସ, ତାଙ୍କର ମଧ୍ୟ ଜଣଙ୍କ ଉପରେ କ୍ରସ ରହିଛି ଏବଂ ସେ ଏହାକୁ ସର୍ବସମ୍ମୁଖରେ ମଧ୍ୟ ମାନିଛନ୍ତି । ସେ ହେଉଛନ୍ତି ରଣବୀର କପୁର । ନିଜର ରୋମାଣ୍ଟିକ୍‌ ଅନ୍ଦାଜରେ ସମସ୍ତଙ୍କୁ ପାଗଳ କରିଥିବା ରଣବୀର ନିଜର ଯାଦୁ ଆଲିଆଙ୍କ ଉପରେ ମଧ୍ୟ କରିଛନ୍ତି । ଆଲିଆଙ୍କ କହିବା ଅନୁଯାୟୀ, ରଣବୀରଙ୍କୁ ପ୍ରଥମେ ଦେଖିବା ପରେ ତାଙ୍କ ଉପରେ ମୋର କ୍ରସ ଆସି ଯାଇଥିଲା ଏବଂ ଫିଲ୍ମ ‘ବର୍ଫି’ ପରେ ତାହା ଅଧିକ ବଢ଼ିଥିଲା । ଏହି ଖୁସି ଆହୁରି ଦୁଇଗୁଣିତ ହୋଇଥିଲା ଯେତେବେଳେ ଆଲିଆଙ୍କୁ ତାଙ୍କର କ୍ରସଙ୍କ ସହ ଅର୍ଥାତ ରଣବୀରଙ୍କ ସହ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ କାମ କରିବାରେ ସୁଯୋଗ ମିଳିଥିଲା ।


୨. ପ୍ରିତି ଜିଣ୍ଟା: ଡ଼ିମ୍ପଲ ଗର୍ଲଭାବେ ଜଣା ଯାଉଥିବା ପ୍ରିତି ବଲିଉଡ଼କୁ ଆସିବା ପରେ ସମସ୍ତଙ୍କ ମନ କିଣିବା ଆରମ୍ଭ କରି ଦେଇଥିଲେ । ଏହା ସହ ତାଙ୍କୁ ଦେଖି ତାଙ୍କର ଅନେକ ଦିଓ୍ଵାନା ମଧ୍ୟ ହୋଇ ଯାଇଥିଲେ । କିନ୍ତୁ ସେ ଥିଲେ ଆଉ କାହାର ଦିଓ୍ଵାନୀ । ଏବେ ଆପଣ ଭାବୁଥିବେ ତାଙ୍କ ସ୍ୱାମୀ ବା ତାଙ୍କ ପୂର୍ବ ପ୍ରେମିକଙ୍କର ସେ ଦିଓ୍ଵାନୀ ଥିବେ । ତେବେ ଯଦି ସେଭଳି ଭାବୁଛନ୍ତି, ତାହେଲେ ଭୁଲ ଭାବୁଛନ୍ତି । କାରଣ ସେ ତାଙ୍କର କେଉଁ ପୁରଣା ପ୍ରେମିକ ବା ସ୍ୱାମୀଙ୍କର ଦିଓ୍ଵାନୀ ନୁହେଁ ବରଂ ହଲିଉଡ଼ ଷ୍ଟାର ଟମ୍‌ କ୍ରୁସ୍‌ଙ୍କର ଦିଓ୍ଵାନୀ ଥିଲେ । ଅନିଲ କପୁରଙ୍କର ଏକ ପାର୍ଟିରେ ସେ ତାଙ୍କୁ ଦେଖିବା ପରେ ଏତେ ଖୁସି ହୋଇ ଯାଇଥିଲେ ଯେ, ଟ୍ଵିଟରକୁ ଯାଇ ନିଜ ଖୁସିକୁ ସମସ୍ତଙ୍କ ସହ ସେୟାର କରିଥିଲେ ।


୩. ପରିଣିତି ଚୋପ୍ରା : ବବ୍‌ଲି ଏବଂ ବିନ୍ଦାସ୍‌ ଅଭିନୟ ପାଇଁ ଚର୍ଚ୍ଚିତ ଥିବା ପରିଣିତିଙ୍କ କ୍ରସ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତାଙ୍କର କ୍ରସ କେହି ନବାଗତ ହିରୋ ନୁହନ୍ତି ବରଂ ଛୋଟେ ନବାବ୍‌ ସୌଫ୍‌ ଅଲ୍ଲୀ ଖାନ୍‌ ହେଉଛନ୍ତି ତାଙ୍କର କ୍ରସ। ଆରମ୍ଭରୁ ସେ ମୋର କ୍ରସ ରହି ଆସିଛନ୍ତି । ତାଙ୍କୁ ଦେଖିବା ପରେ ମୁଁ ସବୁ କିଛି ଭୁଲି ଯାଏ ବୋଲି ପରିଣିତି କହିଛନ୍ତି । ତେବେ ଆମେ ଆଶା କରୁଛୁ କି ସୌଫ୍‌ଙ୍କ ସହ ତାଙ୍କୁ ଗୋଟେ ଫିଲ୍ମର ସୁଯୋଗ ନିହାତି ଭାବରେ ମିଳୁ ।


୪. କ୍ୟାଟ୍ରିନା କୌଫ୍‌: ସଲମାନଙ୍କ ସହ ଥିବା ପ୍ରେମ ସଂପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା କ୍ୟାଟ୍ରିନାଙ୍କ କ୍ରସ ସଲମାନ ନୁହନ୍ତି । ନିଜର ହଟ୍‌ ଏବଂ ସେକ୍ସି ଅନ୍ଦାଜରେ ସମସ୍ତଙ୍କୁ ପାଗଳ କରିଥିବା କ୍ୟାଟ୍ରିନା ହେଉଛନ୍ତି ରବର୍ଟ ପାଟିସନଙ୍କ ପାଇଁ ପାଗଳୀ। ତାଙ୍କୁ ପ୍ରଥମେ ଦେଖିବା ପରେ ସେ ସବୁ କିଛି ଭୁଲି ଯାଇଥିଲେ। ତାଙ୍କ ଉପରେ କ୍ୟାଟ୍ରିନାଙ୍କର କ୍ରସ ଆସି ଯାଇଥିଲା । ତାଙ୍କୁ ଦେଖିବା ପରେ ମୁଁ ସବୁ ଭୁଲିଯାଏ । ତାଙ୍କ ଉପରେ ଯେଉଁ ଭଳି ଭାବରେ ମୋର କ୍ରସ ଅଛି ଆଜି ପର୍ଯ୍ୟନ୍ତ କାହା ଉପରେ ଆସି ନାହିଁ ବୋଲି ସେ କହିଛନ୍ତି ।


୫. ଶ୍ରଦ୍ଧା କପୁର: ବଲିଉଡ଼ରେ ଗୋଟେ ପରେ ଗୋଟେ ହିଟ୍‌ ଚଳଚ୍ଚିତ୍ର ଦେଇ ଚାଲିଥିବା ଶ୍ରଦ୍ଧାଙ୍କର କ୍ରସ ହେଉଛନ୍ତି ହ୍ରିତିକ୍‌ ରୋଶନ । ତାଙ୍କର ଫିଲ୍ମ ‘କହୋନା ପ୍ୟାର୍‌ ହେ’ ରିଲିଜ ହେବା ପରେ ହ୍ରିତିକ୍‌ଙ୍କ ଉପରେ ତାଙ୍କର କ୍ରସ ଆସି ଯାଇଥିଲା ବୋଲି ସେ କୁହନ୍ତି । ଏହା ସହ ସେ ତାଙ୍କ ଫଟୋ କାଟି ନିଜ ପାଖରେ ରଖିଛନ୍ତି ବୋଲି ମଧ୍ୟ କହିଛନ୍ତି ।

ସମ୍ବନ୍ଧିତ ଖବର