‘ପୁରୁଷଙ୍କୁ କଷ୍ଟ ହୁଏନା’: କହିଲେ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓ!

ମୁମ୍ବାଇ: ବଲିଉଡ୍‌ରେ ନିଜର ଜୀବନ୍ତ ଅଭିନୟ ପାଇଁ ବେଶ ପରିଚିତ ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଚଳଚ୍ଚିତ୍ର ‘ସ୍ତ୍ରୀ’ର ଟ୍ରିଜର ଆଜି ରିଲିଜ୍‌ ହୋଇଛି। ଏହି ଚଳଚ୍ଚିତ୍ରର ନାମ ଭଳି କାହାଣୀ ମଧ୍ୟ ଭିନ୍ନ ରହିଥିବା ଶୁଣିବାକୁ ମିଳିଛି। ପ୍ରଥମ ଥର ପାଇଁ ଏହି ଦୁଇ କଳାକାରଙ୍କୁ ଏକା ସାଙ୍ଗରେ ଦେଖିଯିବା ସହ ଦୁହେଁ ଦର୍ଶକଙ୍କୁ ଡ଼ରାଉଥିବା ମଧ୍ୟ ଦେଖିବାକୁ ମିଳିଛି।

‘ସ୍ତ୍ରୀ’ ଚଳଚ୍ଚିତ୍ରଟି ହରର କମେଡ଼ି କାହାଣୀ ବିଶିଷ୍ଟ ହୋଇଥିବା ବେଳେ ଏହା ଅଗଷ୍ଟ ୩୧ରେ ରିଲିଜ୍‌ ହେବାକୁ ଯାଉଛି। ତେବେ ଟ୍ରିଜରରେ ବାଜୁଥିବା ମ୍ୟୁଜିକ୍‌ ସମସ୍ତ ଦର୍ଶକଙ୍କ ହୃଦୟର ସ୍ପନ୍ଦନକୁ ଅଟକାଇ ଦେଇପାରିବ । ଟ୍ରିଜରରେ ଦୁଇ କଳାକାରଙ୍କୁ ସଂପୂର୍ଣ୍ଣ ଭାବେ ଦେଖିବାକୁ ମିଳି ନଥିବା ବେଳେ ଶେଷରେ ଜଣେ ବ୍ୟକ୍ତି ଫାଶୀ ଝୁଲୁଥିବାର ଦେଖିବାକୁ ମିଳିଛି। ଏଥି ସହ ଟ୍ରିଜରରେ ଗୋଟେ ଖାସ୍‌ ଜିନିଷ ଦେଖିବାକୁ ମିଳିଛି ଏଥିରେ ଶେଷକୁ ‘ପୁରୁଷଙ୍କୁ କଷ୍ଟ ହୁଏନା’ ବାକ୍ୟଟି ଲେଖାଥିବାର ଦେଖିବାକୁ ମିଳିଛି।

ଟ୍ରିଜରକୁ ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁର ସେମାନଙ୍କର ଟ୍ଵିଟର ଆକାଉଣ୍ଟ ଜରିଆରେ ଦର୍ଶକଙ୍କ ନିକଟରେ ପହଞ୍ଚାଇଛନ୍ତି । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱରେ ଅରମାନ୍‌ କୌଶିକ୍‌ ରହିଥିବା ବେଳେ ଏହା ଅଗଷ୍ଟ ୩୧ରେ ରିଲିଜ୍‌ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର