ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ଇ-କମର୍ସ ସେକ୍ଟରରେ ପ୍ରବେଶ କରିଛନ୍ତି। ଇଣ୍ଟିରିୟର ସ୍ପେଶିୟାଲିଟି ଓ ଡିଜାଇନର ଗୌରୀ ଖାନ ତାଙ୍କର ପ୍ରମୁଖ ଲଗଜରୀ ଲାଇଫଷ୍ଟାଇଲ ପ୍ଲାଟଫର୍ମ ଗୌରୀ ଖାନ ଡିଜାଇନ ସହିତ ଏହି କ୍ଷେତ୍ରରେ ପ୍ରବେଶ କରିଛନ୍ତି।
ଗୌରୀ ଏହି ଇ-କମର୍ସ ସେକ୍ଟରରେ ପ୍ରବେଶ କରି ହାଇ-ଏଣ୍ଡ ହୋମ ଓ ଅଫିସର ସାମଗ୍ରୀ ଅଫର ଦେବେ। ଗୌରୀ ଖାନ ଡିଜାଇନ ପ୍ଲାଟଫର୍ମଙ୍କୁ ଆଗକୁ ବଢ଼ାଇବା ପାଇଁ ଟାଟା ଗ୍ରୁପର କମ୍ପାନି ଟାଟା କ୍ଲିକ ଲଗଜରୀ ସହିତ ପାର୍ଟନରସିପ କରିଛନ୍ତି। ଏତଦଦ୍ବାରା ସୁପରଷ୍ଟାର ଶାହାରୁଖ ଖାନଙ୍କ ସ୍ତ୍ରୀଙ୍କୁ ନିଜର ସାମଗ୍ରୀଗୁଡ଼ିକୁ ଆଗକୁ ବଢ଼ାଇବାକୁ ସାହାଯ୍ୟ ମିଳି ପାରିବ।
ପ୍ରକାଶିତ ରିପୋର୍ଟ ମୁତାବକ, ଟାଟା କ୍ଲିକ ଲଗଜରୀ ଗୌରୀ ଖାନ ଡିଜାଇନରେ ସାମିଲ ସଫ୍ଟ ଫର୍ନିସିଙ୍ଗ ଓ ଆନୁଷଙ୍ଗିକ ସାମଗ୍ରୀ ତାଲିକାରେ ସାମିଲ ଥିବା ସାମଗ୍ରୀକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ। ଏହି ତାଲିକାରେ ରଗ୍ସ, କୁସନ, ବେଡ ଲେନେନ, ଟ୍ରେ, ବ୍ରେକଫାଣ୍ଟ ଟ୍ରେ, କୋଷ୍ଟର, ଛୋଟ ମୂର୍ତ୍ତୀ, କ୍ୟାଣ୍ଡେଲ ହୋଲଡର, ଟେବୁଲ ଲ୍ୟାମ୍ପ ସାମିଲ ରହିଛି। ଏଥସହିତ ଗୌରୀ ଖାନ ଡିଜାଇନ ସାମଗ୍ରୀ ତାଲିକାରେ ସାଇଡ ଟେବୁଲ, ଟ୍ରୋଲି, ପାଉଫ, ପନୀର ପ୍ଲେଟର୍ସ, ମହମବତୀ ଷ୍ଟାଣ୍ଡ ସମେତ ବିଭିନ୍ନ କଳାକୃତ୍ତି ଓ ମାର୍ବଲ ସାମଗ୍ରୀର ବିଭିନ୍ନ ମୂର୍ତ୍ତି ରହିଛି।
ଏହି ବଡ଼ ପଦକ୍ଷେପକୁ ନେଇ ଗୌରୀ କହିଛନ୍ତି, ‘ଗୌରୀ ଖାନ ଡିଜାଇନରେ ଆମେ ଲଗାତାର ଏମିତି ଡିଜାଇନ ଓ ସାମଗ୍ରୀ ତିଆରି କରିଥାଉ, ଯାହା ଲୋକଙ୍କୁ ଆକର୍ଷିତ କରିଥାଏ। ଟାଟା କ୍ଲିକ ଲଗଜରୀ ସହିତ ଚୁକ୍ତି ଜରିଆରେ ଆମର ପ୍ଲାଟଫର୍ମ ଗୌରୀ ଖାନ ଡିଜାଇନ ସେହି ଉପଭୋକ୍ତାଙ୍କ ପାଖରେ ପହଞ୍ଚି ପାରିବ ଯେଉଁମାନେ ରହୁଥିବା ସ୍ଥାନକୁ ଆକର୍ଷିତ କରିବାକୁ ଚାହାନ୍ତି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/1c8d049c-3db8-48b2-bc0a-6d4b3ac38b5e.jpg)