ବଲିଉଡ୍ ଫିଲ୍ମରେ ସହ କଳାକାର ଭାବରେ ନଜର ଆସୁଥିବା ଅଭିନେତା-ଅଭିନେତ୍ରୀମାନେ ମଧ୍ୟ ଭଲ ଆୟ କରନ୍ତି। କିଛି ଏଭଳି ଅଭିନେତା ବଲିଉଡରେ ଅଛନ୍ତି, ଯେଉଁ ସହ କଳାକାର ଭାବରେ କାମ କରି ମଧ୍ୟ କୋଟି କୋଟି ଟଙ୍କା ଆୟ କରିଥାନ୍ତି। ଆଜି ଆମେ ବଲିଉଡର ସେଭଳି କିଛି କଳାକାର ଓ ସେମାନଙ୍କ ଆୟ ବିଷୟରେ ଆପଣଙ୍କୁ ଜଣାଇବୁ। ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ।

Advertisment

୧.ପ୍ରଥମେ ବଲିଉଡ ଅଭିନେତା ଅର୍ସଦ ୱର୍ସିଙ୍କ ବିଷୟରେ ଜାଣିବା। ସେ ଫିଲ୍ମ ଗୋଲମାଲ ଏଗେନ ପାଇଁ ୩-୩.୫କୋଟି ଟଙ୍କା ନେଇଥିଲେ ବୋଲି ଜଣା ପଡ଼ିଛି। ଏହି ଫିଲ୍ମରେ ସେ ସହ କଳାକାର ଭାବରେ ନଜର ଆସିଥିଲେ।

publive-image Times of India

୨. ଅଭିନେତା ରିତେଶ ଦେଶମୁଖ୍ ମଧ୍ୟ ବଲିଉଡରେ ସହ କଳାକାରର ଭୂମିକା ନିଭାଉ ଥିବାର ନଜର ଆସିଥାନ୍ତି। ଫିଲ୍ମରେ ସହ କଳାକାର ଭାବେ କାମ କରିବା ପାଇଁ ସେ ପ୍ରାୟ ୩-୪କୋଟି ଟଙ୍କା ନିଅନ୍ତି ବୋଲି ଜଣା ପଡ଼ିଛି।

Image result for riteish deshmukh Mumbai Mirror

୩. କିଛି ମାସ ତଳେ ରିଲିଜ୍ ହୋଇଥିଲା ଫିଲ୍ମ ରେସ୍-୩ରେ ସହ କଳାକାର ଭାବେ ନଜର ଆସିଥିଲେ ଅଭିନେତା ବବି ଦେଓଲ। ଏହି ଫିଲ୍ମ ପାଇଁ ତାଙ୍କୁ ୭କୋଟି ଟଙ୍କା ମିଳିଥିଲା ବୋଲି ଜଣା ପଡ଼ିଛି।

Image result for bobby deol

୪. ଲୋକପ୍ରିୟ ଅଭିନେତା ଅନୀଲ କପୁର ମଧ୍ୟ ଅନେକ ଫିଲ୍ମରେ ସହ କଳାକାରର ଭୂମିକା ନିଭାଇଛନ୍ତି। ରେସ୍-୩ରେ ସେ ସହ କଳାକାରର ଭୂମିକା ନିଭାଇଥିବା ବେଳେ ଫିଲ୍ମ ପାଇଁ ୮-୯କୋଟି ଟଙ୍କା ନେଇଥିଲେ।

Image result for anil kapoor India Today

୫. ଅଭିନେତା କୁନାଲ କେମୁ ତଥା ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଭିଣୋଇ ସହ କଳାକାର ଭାବେ କାମ କଲେ ୨କୋଟି ଟଙ୍କା ନେଇଥାନ୍ତି ବୋଲି ଜଣା ପଡ଼ିଛି।