‘ଜୋରଜବରଦସ୍ତି ଛୁଇଁବାକୁ ଚେଷ୍ଟା କରୁଥିଲେ’: ଅସଦାଚରଣର ଶିକାର ହୋଇଥିବା ଅଭିନେତ୍ରୀମାନଙ୍କ କାହାଣୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ନିକଟରେ ଏକ ନାମୀଦାମୀ ପବ୍ଲିକେସନ୍‌ ସହିତ ସାକ୍ଷାତକାର ଦେଉଥିବା ସମୟରେ କହିଥିଲେ, ମୁଁ ଇଣ୍ଡଷ୍ଟ୍ରିରେ ନୂଆ ଥିଲାବେଳ ଗୋଟେ ଫିଲ୍ମର ସୁଟିଂ ପାଇଁ ମୋତେ ଦୂରସ୍ଥାନକୁ ଯିବାକୁ ପଡ଼ିଥିଲା । ଏହି ସମୟରେ ନିର୍ଦ୍ଦେଶକ ଜଣକ ମୋତେ ମେସେଜ୍‌ କରି ହଇରାଣ କରିବା ସହିତ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ସେ ମୋତେ ଭଲ ପାଇବା ସହିତ ମୋ ସହ ଶାରୀରିକ ସଂପର୍କ ରଖିବାକୁ ଚାହାନ୍ତି ବୋଲି କହିଥିଲେ । ତାଙ୍କ ପ୍ରସ୍ତାବରେ ମୁଁ ରାଜି ନହେବାରୁ ଦିନେ ରାତିରେ ସେ ନିଶା ସେବନ କରି ମୁଁ ରହୁଥିବା ଘରେ ଆସି ପହଞ୍ଚି ଯାଇଥିଲେ ଯାହାକି ମୋ ପାଇଁ ବହୁତ ଭୟାନକ ଥିଲା । ମୁଁ ତାଙ୍କୁ କହିଥିଲି ଯଦି ଏମିତି ଚାଲେ ତା’ ହେଲେ ମୁଁ ମୋ କାମରେ ଧ୍ୟାନ ଦେଇ ପାରିବିନି । ଏହା ଶୁଣି ସେ ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ମୋତେ ହଇରାଣ କରିବା ଛାଡ଼ି ଦେଇଥିଲେ । କିନ୍ତୁ ୨ ସପ୍ତାହ ପରେ ସେ ପୁଣି ତାଙ୍କ ପୂର୍ବ ଅବସ୍ତାକୁ ଫେରି ଆସିଥିଲେ । ଶେଷରେ ମୁଁ ସହ ପ୍ରଯୋଜକଙ୍କ ସହ କଥା ହୋଇଥିଲି ଏବଂ ଏହା ଯେମିତି ଆଗକୁ ନ ହୁଏ ସେ ନେଇ ତାଙ୍କୁ ଚେତାବନୀ ମଧ୍ୟ ଦେଇଥିଲି।

ତେବେ କେବଳ ଯେ ସ୍ୱରା ଏଭଳି ପରିସ୍ଥିତିର ଶିକାର ହୋଇଛନ୍ତି ତାହା ନୁହେଁ ସ୍ୱାରାଙ୍କ ଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ଆସନ୍ତୁ ଜାଣିବା ଏଭଳି ପରିସ୍ଥିତର ଶିକାର ହୋଇଥିବା ଅଭିନେତ୍ରୀମାନେ କ’ଣ କହନ୍ତି….

ଆଣ୍ଡ ଟିଭିର ଅତି ପରିଚିତ ଧାରାବାହିକ ‘ଭାବିଜୀ ଘର ପେ ହୈ’ ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଶିଳ୍ପା ସିନ୍ଦେ ବି କାଷ୍ଟିଂ କାଉଚ୍‌ର ଶିକାର ହୋଇଛନ୍ତି। ଶିଳ୍ପା ସୋ’ର ପ୍ରଯୋଜକ ସଞ୍ଜୟ କୋହାଲିଙ୍କ ବିରୋଧରେ ଯୌନ ନିର୍ଯାତନରେ ଅଭିଯୋଗ ଆଣିଥିଲେ।
ଏକ ବର୍ଷ ଧରି ‘ଭାବିଜୀ ଘର ପେ ହୈ’ରେ କାମ କରିଥିବା ଶିଳ୍ପା କହନ୍ତି, ସଞ୍ଜୟ ମୋତେ ସେକ୍ସି କହିବା ସହିତ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ କହିଥିଲେ । କେବଳ ଏତିକି ନୁହେଁ ମୁଁ ଯେତେ ମନା କଲା ପରେ ବି ସବୁବେଳେ ମୋତେ ଜୋରଜବରଦସ୍ତି ଆଲିଙ୍ଗନ କରିବା ସହିତ ଅଣ୍ଟାକୁ ସ୍ପର୍ଶ କରିବାକୁ ଚେଷ୍ଟା କରିଥାଆନ୍ତି।

ଏକଦା ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ଙ୍କୁ ଗାର୍ଲଫ୍ରେଣ୍ଡ ଥିବା ସୋମୀ ଅଲୀ ବି ପିଲାବେଳେ ଯୌନ ନିର୍ଯାତନାରେ ଶିକାର ହୋଇଥିଲା। ସୋମୀ ଅଲୀ କହନ୍ତି, ମୁଁ ଯେତେବେଳେ ପାଞ୍ଚ ବର୍ଷ ଥିଲି, ଘରେ କାମ କରୁଥିବା ଜଣେ ଚାକର ମୋତେ ଯୌନ ନିର୍ଯାତନା ଦେଇଥିଲା।

ଟିଭି ଅଭିନେତ୍ରୀ ରେହା ଚକ୍ରବର୍ତ୍ତୀଙ୍କ ସହିତ ମୁମ୍ବାଇସ୍ଥିତ ତାଙ୍କ ଘରେ ଅସଦାଚଣ ହୋଇଥିଲା କଥା ସେ ଏକ ସାକ୍ଷାତକାରରେ କହିଥିଲେ।

ସେହିପରି ଟିଭି ସୋ’ ‘ଉତ୍ତରନ’ରେ ଇଚ୍ଛା ନିଜର ଭୂମିକା ପାଇଁ ଚର୍ଚ୍ଚାର ପରିସରରେ ରହିଥିବା ଟିନା ଦତ୍ତା ମଧ୍ୟ ଅସଦାଚରଣର ଶିକାର ହୋଇଥିଲେ। ସେ ଏକଦା ଟ୍ରେନ୍‌ରେ ମୁମ୍ବାଇରୁ ରାଜକୋଟ ଯାତ୍ରା କରୁଥିବା ସମୟରେ ସହ ଜଣେ ବ୍ୟକ୍ତି ତାଙ୍କୁ ଛାତିରେ ହାତ ମାରିବାକୁ ଚେଷ୍ଟା କରିଥିଲା। ସେ ଚତ୍କାର କରିବାକୁ ଉକ୍ତ ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା।

ବଲିଉଡ ଅଭିନେତ୍ରୀ ସୋନମ କପୁର ରାଜୀବ ମାସନ୍ଦଙ୍କ ସହିତ ହୋଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ‘ମୁଁ ଯେତେବେଳେ ୧୩-୧୪ ବର୍ଷର ହୋଇଥିଲି ସାଙ୍ଗମାନଙ୍କ ସହ ସିନେମା ଦେଖିବାକୁ ଯାଇଥିଲି। ଏହି ସମୟରେ ମୋତେ ଜଣେ ପଛରୁ ଆକସ୍ମିକ ଭାବେ ଧରିବାକୁ ଚେଷ୍ଟା କରିଥିଲା। ମୁଁ ଏହି ଘଟଣାରେ ଏତେ ଭୟଭୀତ ହୋଇଯାଇଥିଲି କି ଏହି ଘଟଣା ସମ୍ପର୍କରେ ଦୁଇତିନି ବର୍ଷ ପର୍ଯ୍ୟନ୍ତ କାହାରିକୁ କିଛି କହି ପାରି ନଥିଲି।’

ଅଭିନେତ୍ରୀ ଟୁଇଙ୍କିଲ୍‌ ଖନ୍ନା ବି ଏଭଳି ଘଟଣା ସହିତ ଭୁକ୍ତଭୋଗି ବୋଲି କହନ୍ତି। ସେ ଟିବିଏଫର ସିଇଓ ଅରୁଣଭ କୁମାରଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଟୁଇଙ୍କିଲ୍‌ଙ୍କ କହିବାନୁସାରେ, ସେ ଅରୁଣଭ ତାଙ୍କ ଫୋନ୍‌କୁ ଅନେକ ସମୟରେ ଆପତ୍ତିଜନକ ମେସେଜ ପଠାଇବାରେ ଲାଗନ୍ତି। ଯେତେବେଳ ତାଙ୍କର ମୋର ସହିତ ଦେଖା ହୁଏ ସେ ବିନା କାରଣରେ ମୋତେ ଛୁଇଁବାକୁ ଚେଷ୍ଟା କରନ୍ତି।

ସମ୍ବନ୍ଧିତ ଖବର