ମନର କଥା କହି ଭାବୁକ ହେଲେ ରେଖା, କହିଲେ;ଯଦି ମୋର କେହି ଝିଅ ଥାନ୍ତେ, ଏହି ଅଭିନେତ୍ରୀଙ୍କ ଭଳି ହୋଇଥାନ୍ତେ…

ମୁମ୍ବାଇ: ବଲିଉଡ୍‌ର ଏଭରଗ୍ରୀନ୍‌ ହିରୋଇନ୍‌ କୁହାଯାଉଥିବା ଭାନୁରେଖା ଗଣେଶନ ଓରଫ ରେଖାଙ୍କୁ ଏକ ଇଭେଣ୍ଟରେ ଭାବୁକ ହେବାର ଦେଖା ଯାଇଥିଲା । ରେଖା ନିଜ ଅଭିନୟ ସହ ନିଜର ଏଭରଗ୍ରୀନ୍‌ ଲୁକ୍‌କୁ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହି ଆସିଥାନ୍ତି । ବଲିଉଡ୍‌ର ବିଗ୍‌ ବିଙ୍କୁ ପ୍ରେମ, ବିବାହ ନ କରି ମଥାରେ ସିନ୍ଦୁର ପିନ୍ଧିବା ଭଳି କଥା ପାଇଁ ତାଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ଲାଗି ରହିଥାଏ । ସବୁ ବେଳେ ନିଜ ମନ କଥା ନିଜ ମନରେ ରଖୁଥିବା ରେଖା ଇଭେଣ୍ଟରେ ନିଜ ମନ କଥା ସମସ୍ତଙ୍କୁ ଜଣାଇଥିଲେ । ବଲିଉଡ୍‌ର କେଉଁ ଅଭିନେତ୍ରୀଙ୍କ ମଧ୍ୟରେ ସେ ନିଜ ଝିଅକୁ ଦେଖୁଛନ୍ତି, ତାହା ସେ ସମସ୍ତଙ୍କୁ ଜଣାଇଥିଲେ ।

ଇଭେଣ୍ଟରେ, ମୁଁ କଙ୍ଗନା ନାଁକୁ ବହୁତ ପସନ୍ଦ କରେ ଏବଂ ମୁଁ ତାଙ୍କର ବହୁତ ବଡ଼ ପ୍ରଶଂସକ । ଯଦି ମୋର କେହି ଝିଅ ଥାନ୍ତେ ତେବେ କଙ୍ଗନାଙ୍କ ଭଳି ହିଁ ହୋଇଥାନ୍ତେ ବୋଲି କହିଥିଲେ ରେଖା । ଏହା ସହ ଇଭେଣ୍ଟରେ କଙ୍ଗନା ଯେଉଁ ଶାଢ଼ି ପିନ୍ଧି ଆସିଥିଲେ, ତାହା ରେଖା ତାଙ୍କୁ ଉପହାରରେ ଦେଇଥିବା ଜଣା ପଡ଼ିଛି ।

jagran.com

‘ତନୁ େଓ୍ଵଡ୍‌ସ ମନୁ ରିଟର୍ଣ୍ଣସ୍‌’ ପାଇଁ କଙ୍ଗନାଙ୍କୁ ଫିଲ୍ମ ଫେୟାର ଆଓ୍ଵାର୍ଡ ମିଳିଥିବା ବେଳେ ସେଠାରେ ରେଖା ଉପସ୍ଥିତ ନଥିଲେ । ଯାହା ପାଇଁ ସେ ପରେ କଙ୍ଗନାଙ୍କ ଘରକୁ ଯାଇ ତାଙ୍କୁ ସେହି କଳା ଶାଢ଼ି ଉପହାରରେ ଦେଇଥଲେ ।

ସମ୍ବନ୍ଧିତ ଖବର