ସମସ୍ତଙ୍କୁ ସଲମାନ୍‌ ଏବଂ ତବୁଙ୍କ ବାହାଘର ଚିନ୍ତା କାହିଁକି?

ମୁମ୍ବାଇ: ବଲିଉଡର ଜଣାଶୁଣା ନାୟିକା ତବୁ ବେଶ କିଛି ଦିନ ବ୍ୟବଧାନରେ ପୁଣି ଏକ ସିନେମାରେ ଆସୁଛନ୍ତି। ଏହି ସିନେମା ହେଲା ‘ଗୋଲମାଲ୍‌ ଏଗେନ୍‌’। ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ସିନେମାର ପ୍ରମୋସନ ପାଇଁ ତବୁ ବି ବେଶ କିଛି ସମୟ ଦେଉଛନ୍ତି। ଆଉ ଅଧିକାଂଶ ସମୟରେ ତାଙ୍କୁ ଗୋଟିଏ ପ୍ରଶ୍ନ ପଚରାଯାଉଛି ଯେ କେବେ ତବୁ ବାହା ହେବେ।

‘ଗୋଲମାଲ୍‌ ଏଗେନ୍‌’ର ପ୍ରମୋସନ୍‌ ସମୟରେ ଏହି ପ୍ରଶ୍ନ ଶୁଣି ଶୁଣି ସେ ଥକି ଗଲେଣି ବୋଲି ତବୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେସମସ୍ତଙ୍କୁ ସଲମାନ୍‌ ଏବଂ ତବୁଙ୍କ ବାହାଘର ଚିନ୍ତା କାହିଁକି ! ସାମ୍ବାଦିକଙ୍କ ପାଖରେ କ’ଣ ଅନ୍ୟ କିଛି ପ୍ରଶ୍ନ ନାହିଁ ! ଏଠାରେ ସୂଚନାଯୋଗ୍ୟ ଯେ ତବୁ ଏବଂ ସଲମାନ୍‌ ଖାନ୍‌ ହେଉଛନ୍ତି ଦୁଇ ଲୋକପ୍ରିୟ ଅବିବାହିତ କଳାକାର।

ସମ୍ବନ୍ଧିତ ଖବର