ମୁମ୍ବାଇ: ନିଜ ଭବିଷ୍ୟତ ନିଜେ ଗଢ଼, ବଲିଉଡ କିଛି ଦେବ ବୋଲି ଆଶା କରନି। ଏଭଳି କହି ଚର୍ଚ୍ଚାରେ ବଲିଉଡ ଅଭିନେତା ବୋମାନ ଇରାନୀ। ସେ ୪୪ ବର୍ଷ ବୟସରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ସହ ସେ ୬୫ ବର୍ଷ ବୟସରେ ତାଙ୍କର ପ୍ରଥମ ଫିଲ୍ମ 'ମେହତା ବଏଜ୍'ର ନିର୍ଦ୍ଦେଶନା ଦେଇଥିଲେ। ବଲିଉଡରେ ସଫଳତା, ଅଧିକ ସୁଯୋଗ ଉପରେ ନିର୍ଭର କରେ ବୋଲି ବୋମାନ ଇରାନୀ ଅସ୍ୱୀକାର କରିଛନ୍ତି।

Advertisment

ନିଉଜ୍ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇ ବୋମନ ଇରାନୀ କହିଛନ୍ତି ଯେ, "ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୀଘ୍ର କିମ୍ବା ବିଳମ୍ବରେ ସଫଳତା ପାଇବାଟା କଳାକାରମାନଙ୍କର କାମ ଏବଂ ପ୍ରତିଭା ଉପରେ ନିର୍ଭର କରେ। ମୁଁ ଭାବୁନାହିଁ ଯେ, ବିଳମ୍ବରେ ମିଳୁଥିବା ସଫଳତା ପାଇଁ ବଲିଉଡ୍ ଦାୟୀ। ବଲିଉଡ୍ କିମ୍ବା ଭାରତୀୟ ସିନେମା ଶୀଘ୍ର କିମ୍ବା ବିଳମ୍ବ ସଫଳତା ପାଇଁ ଦାୟୀ ନୁହେଁ। ପ୍ରତ୍ୟେକ ବ୍ୟକ୍ତି ନିଜ ସଫଳତା କିମ୍ବା ବିଫଳତା ପାଇଁ ନିଜେ ଦାୟୀ। ଆପଣ ନିଜର ଭବିଷ୍ୟତ ନିଜେ ତିଆରି କରନ୍ତି। ମୁଁ ସେହି ଲୋକମାନଙ୍କୁ କହିବାକୁ ଚାହୁଁଛି ଯେଉଁମାନେ କଳାକାର ହେବାର ସ୍ୱପ୍ନ ନେଇ ଆସୁଛନ୍ତି। ଆପଣମାନେ ସ୍ୱପ୍ନ ସହିତ ପ୍ରତିଭା ମଧ୍ୟ ଆଣି ଆସନ୍ତୁ।"

ସେ ଆହୁରି କହିଛନ୍ତି, "ମୁଁ ଅଭିନେତା ହେବାକୁ ଚାହୁଁଛି । ମୁଁ ବହୁତ ଚେଷ୍ଟା କରିଛି। ମୁଁ ଏଠି ସେଠି ଅଡିସନ୍ ଦେଇଛି ବୋଲି କୁହନ୍ତୁ ନାହିଁ। ତୁମକୁ ଏହା କରିବାକୁ ପଡିବ। ପ୍ରଶ୍ନ ହେଉଛି ଅଡିସନ୍ ପାଇଁ ତୁମେ କିଭଳି ପ୍ରସ୍ତୁତ ‌ହୋଇଛ? ତୁମେ କେଉଁଠି ତାଲିମ ନେଇଛ? ତୁମେ କ'ଣ ଡ୍ରାମା ସ୍କୁଲକୁ ଯାଇଛ, ଯଦି ନୁହେଁ, ତେବେ ତୁମେ ନିଜେ ତାଲିମ ନେଇଛ କି? ତୁମେ କେଉଁ ଫିଲ୍ମ ଦେଖିଛ? ତୁମେ କେଉଁ ଅଭିନୟ ପୁସ୍ତକ ପଢ଼ିଛ? ତୁମେ କେଉଁ ଭିଡିଓ ଦେଖିଛ? ତୁମେ କେତେ ଅଭ୍ୟାସ କରିଛ? ଯଦି ତୁମେ ଅଭ୍ୟାସ ନକରି ତୁମେ କହିବ ଯେ ତୁମେ ସୁନ୍ଦର, ତେବେ ମୁଁ ତୁମକୁ ଗୋଟିଏ କଥା କହିବି। ତାହା ହେଉଛି, ତୁମର ସବୁବେଳେ ହୃଦୟ ଭାଙ୍ଗିବ। ତେଣୁ ନିଜର ଭବିଷ୍ୟତ ନିଜେ ତିଆରି କର। ବଲିଉଡ୍ ତୁମକୁ କିଛି ଦେବ ବୋଲି ଆଶା କର ନାହିଁ।"