ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ଚରିତ୍ର ଅଭିନେତା ବମନ ଇରାନୀଙ୍କ ଜନ୍ମଦିନ। ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ବଲିଉଡରେ ବିଳମ୍ବରେ ପ୍ରବେଶ କରିଛନ୍ତି। ଏମାନଙ୍କ ଭିତରୁ ଜଣେ ହେଲେ ବମନ ଇରାନୀ। ସେ ମୁମ୍ବାଇରେ ୧୯୫୯ ମସିହା ଡିସେମ୍ବର ୨ତାରିଖରେ ଜନ୍ମ ହୋଇଥିଲେ।କିନ୍ତୁ ତାଙ୍କୁ ୪୨ ବର୍ଷ ବୟସରେ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିଲା।
୨୦୦୧ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଏଭ୍ରିବଡି ସେଜ ଆଇ ଆମ ଫାଇନ’ ଜରିଆରେ ବମନ ଇରାନୀ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ ଲେଟସ ଟକ, ଡରନା ମନା, ଏବଂ ବୁମ ଭଳି ଫିଲ୍ମରେ ଛୋଟ ଛୋଟ ଚରିତ୍ରରେ ନଜର ଆସିଥିଲେ ।
କିନ୍ତୁ ୨୦୦୩ରେ ରିଲିଜ୍ ହୋଇଥିବା ରାଜକୁମାର ହିରାନୀଙ୍କ ଫିଲ୍ମ ମୁନ୍ନା ଭାଇ ଏମବିବିଏସରେ ଡାକ୍ତର ଅସ୍ଥାନା ଚରିତ୍ରରେ ଅଭିନୟ କରିବାପରେ ବଲିଉଡରେ ସଫଳତା ପାଇଥିଲେ ଏବଂ ଏହାପରେ ଆଉ ପଛକୁ ଫେରି ଚାହିଁ ନଥିଲେ।
ହେଲେ ଆପଣ କ’ଣ ଜାଣନ୍ତି କି ପ୍ରାରମ୍ଭିକ ସମୟରେ ବମନ ମୁମ୍ବାଇର ପ୍ରଖ୍ୟାତ ହୋଟେଲ ତାଜ ପ୍ୟାଲେସରେ ୱେଟର ଏବଂ ରୁମ ସର୍ଭିସ ଷ୍ଟାଫ ଭାବରେ କାମ କରୁଥିଲେ । ସେ ହୋଟେଲ କାମ ପରେ ତାଙ୍କ ମା’ଙ୍କୁ କାମରେ ସାହାଯ୍ୟ କରିବାପାଇଁ ସାଉଥ ମୁମ୍ବାଇରେ ନାୱଲଟି ଏବଂ ଅପସରା ସିନେମା ମଧ୍ୟରେ ସେ ବେକରିରେ ବି କାମ କରୁଥିଲେ ।
ତାଙ୍କ ସଂପର୍କରେ ଆଉ ଏକ କଥା ଜଣାଯାଇଛି ଯେ ବମନ ଇରାନୀ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେବାକୁ ଯାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Boman-Irani-starsunfold.jpg)