ନିର୍ଦେଶକ ସାଜିବେ ବୋମନ ଇରାନୀ

‘୩ ଇଡିଅଟ୍‌ସ’, ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ଭଳି ବଲିଉଡ୍ ଚଳଚ୍ଚିତ୍ରରେ ବ୍ୟଙ୍ଗାତ୍ମକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିବା ଅଭିନେତା ହେଉଛନ୍ତି ବୋମନ ଇରାନୀ। ସେ ଏବେ ଅଭିନେତାରୁ ଆଉ ଗୋଟେ ପାଦ ଆଗକୁ ବଢ଼ି ନିର୍ଦେଶକ ପାଲଟିବାର ସଜବାଜ ଚଳାଇଛନ୍ତି।

ମହାମାରୀ ଯୋଗୁଁ ଅନେକ କଳାକାରଙ୍କର କ୍ୟାରିୟର୍ ବିପନ୍ନ ହୋଇପଡ଼ିଥିବା ବେଳେ ବୋମନଙ୍କ କ୍ଷେତ୍ରରେ ସ୍ଥିତି ଓଲଟା। ୬୨ ବର୍ଷ ବୟସ୍କ ବୋମନଙ୍କ ହାତରେ ଅଭିନେତା ହିସାବରେ ଏ ବର୍ଷ ଅନେକ ଚଳଚ୍ଚିତ୍ର ରହିଛି। ସେଥିପାଇଁ ସେ ଆଜିକାଲି ଖୁବ୍ ବ୍ୟସ୍ତ। ଏହା ସତ୍ତ୍ବେ ସେ ନିର୍ଦେଶକ ହେବାର ସ୍ବପ୍ନ ସାକାର କରିବାକୁ ଆଉ ଅପେକ୍ଷା କରିବାକୁ ଚାହୁନାହାନ୍ତି। ଏ ବର୍ଷ ମଧ୍ୟଭାଗରୁ ହିଁ ସେ ନିଜେ ଲେଖିଥିବା କାହାଣୀର ନିର୍ଦେଶନା ଦେବେ ବୋଲି ଆଶା ପ୍ରକାଶ କରିଛନ୍ତି। ହେଲେ ଏହା ପୂର୍ବରୁ ସେ ଚୁକ୍ତିବଦ୍ଧ ହୋଇଥିବା ଚଳଚ୍ଚିତ୍ରମାନଙ୍କର ସୁଟିଂ ସାରିବାର ଯୋଜନା ରଖିଛନ୍ତି। ସେ ଏ ବର୍ଷ ଏକ ୱେବ୍ ସିରିଜ୍ ମାଧ୍ୟମରେ ଡିଜିଟାଲ୍ ଦୁନିଆରେ ମଧ୍ୟ ପଦାର୍ପଣ କରିବେ। ଏ ବର୍ଷ ତାଙ୍କର ‘ଜୟେସଭାଇ ଜୋରଦାର’, ‘ଡିଟେକ୍ଟିଭ୍ ସେରଗିଲ’, ‘ରନ୍‌ୱେ ୩୪’ ଓ ‘ଉଞ୍ଚାଇ’ ପ୍ରମୁଖ ଫିଲ୍ମ ମୁକ୍ତିଲାଭ କରିବ।

ସମ୍ବନ୍ଧିତ ଖବର