ବୋମା ଥିବା ନେଇ ସୂଚନା ମିଳିବା ପରେ ସାଉଥ୍‌ ସୁପରଷ୍ଟାର ବିଜୟଙ୍କ ଘର ପହଞ୍ଚିଲା ପୁଲିସ, କିନ୍ତୁ ପରେ……

ନୂଆଦିଲ୍ଲୀ : କିଛି ଦିନ ତଳେ ସାଉଥ୍‌ ସୁପରଷ୍ଟାର ବିଜୟଙ୍କ ଫିଲ୍ମ ‘ବିଗିଲ’ ରିଲିଜ୍‌ ହୋଇଥିଲା । ରିଲିଜ୍‌ ପରେ ହିଁ ଫିଲ୍ମଟି ଭଲ ବ୍ୟବସାୟ କରିବା ଆରମ୍ଭ କରିଥିବା ବେଳେ ଏବେ ସେ ଆଉ ଏକ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସୁପରଷ୍ଟାର ବିଜୟଙ୍କ ଘରେ ବୋମା ଥିବା ଖବର ଏବେ ସ୍ଥାନୀୟ ଅଞ୍ଚଳ ଏବଂ ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ତେବେ ଖବର ମିଳିବା ପରେ ପୁଲିସ ତାଙ୍କ ଘରେ ପହଞ୍ଚି ସୁରକ୍ଷା ବଢ଼ାଇଥିବା ଜଣାପଡ଼ିଛି ।

Image result for bomb-in-superstar-vijay's-house
News Track English

ସୂଚନା ମୁତାବକ, ହଠାତ୍‌ ରାଜ୍ୟ ପୁଲିସ କଣ୍ଟ୍ରୋଲ ରୁମ୍‌କୁ କେହି ଜଣେ ଫୋନ କରି ସୁପରଷ୍ଟାର ବିଜୟଙ୍କ ଘରେ ବୋମା ଥିବା ନେଇ ସୂଚନା ଦେଇଥିଲା । ଏହି ଖବର ପାଇବା ପରେ ପୁଲିସ ଚେନ୍ନାଇସ୍ଥିତ ସଲିଗ୍ରାମମରେ ଥିବା ବିଜୟଙ୍କ ଘରେ ପହଞ୍ଚିଥିଲା । ତାଙ୍କ ବାପାଙ୍କୁ ପୂରା ଘଟଣା ଜଣାଇବା ପରେ ଘରର ଯାଞ୍ଚ କରାଯାଇଥିଲା । କିନ୍ତୁ ବୋମା ନ ମିଳିବାରୁ ସୁରକ୍ଷା ଦୃଷ୍ଟିରୁ ତାଙ୍କ ଘରେ କିଛି ପୁଲିସକର୍ମୀଙ୍କୁ ମୁତୟନ କରାଯାଇଛି । ଏହା ସହ ଫୋନ କରି ଏଭଳି ମିଛ ଖବର ଦେଇଥିବା ଯୁବକକୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର