ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅରମାନ କୋହଲି ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ବମ୍ବେ ହାଇକୋର୍ଟ ଅରମାନ କୋହଲିଙ୍କୁ ଝଟକା ଦେଇଛନ୍ତି।

Advertisment

ବମ୍ବେ ହାଇକୋର୍ଟ ଅରମାନଙ୍କୁ ଆଦେଶ ଦେଇ କହିଛନ୍ତି କି, ‘ନିଜର ପୂର୍ବତନ ପ୍ରେମିକା ନୀରୁ ରନ୍ଧାୱାଙ୍କୁ ୫୦ଲକ୍ଷ ଟଙ୍କା ଦିଅନ୍ତୁ। ନଚେତ ଜେଲ ଯିବାକୁ ପ୍ରସ୍ତୁତ ରୁହନ୍ତୁ।’

କୋର୍ଟ ଏହି ଆଦେଶ କୌଣସି ନୂଆ ମାମଲାକୁ ନେଇ ନୁହେଁ, ବରଂ ୨୦୧୮ରେ ଏକ ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୮ରେ ବଲିଉଡ ଅଭିନେତା ଅରମାନ କୋହଲିଙ୍କ ଉପରେ ତାଙ୍କ ପ୍ରେମିକା ନୀରୁ ରନ୍ଧାୱାଙ୍କୁ ମାରପିଟ କରୁଥିବାର ଆରୋପ ଲାଗିଥିଲା । ଏହି ଅଭିଯୋଗ ପରେ ଅରମାନ ତାଙ୍କ ସାଙ୍ଗ ବାବାଙ୍କ ଲୋନାବାଲାସ୍ଥିତ ଫାର୍ମହାଉସରେ ଲୁଚିଥିଲେ । ଏଠାରୁ ପୁଲିସ ଅରମାନଙ୍କୁ ଗିରଫ କରିଥିଲା।

ନୀରୁ ଶାନ୍ତାକ୍ରୁଜ ପୁଲିସ ଷ୍ଟେସନରେ ଅରମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ ।  ଏହି ଅଭିଯୋଗ ପ‌ରେ ପୁଲିସ ତାଙ୍କ ବିରୋଧରେ ଧାରା ୩୨୬ରେ ମାମଲା ରୁଜୁ କରିଥିଲା।

ତେବେ ଅରମାନ କ୍ରୋଧକୁ ନେଇ ଖୁବ ଜଣାଶୁଣା । ଅରମାନଙ୍କୁ ବିଗ ବସ ଘରେ ଦେଖିବାକୁ ମିଳିଥିଲା। ବିଗବସରେ ଅରମାନ  ନିଜର ଜ୍ଞାନ ହରାଇ ବସିଥିଲେ । ଫଳରେ ସୋ’ ଚାଲିଥିବା ବେଳେ ବିଗବସ ପ୍ରତିଯୋଗୀଙ୍କୁ  ସେ ଗାଳି କରିଥିଲେ । କେବଳ ଏତିକି ନୁହେଁ ସେ ମାରପିଟ ମଧ୍ୟ ପ୍ରତିଯୋଗୀଙ୍କ ସହ କରିଥିଲେ।