ମୋଦିଙ୍କ ବାୟୋପିକ୍‌ ରିଲିଜ୍‌ ନ କରିବା ପାଇଁ କରାଯାଇଥିବା ଆବେଦନ ଉପରେ ମାର୍ଚ୍ଚ ୨୯ରେ ଶୁଣାଣି କରିବ ବମ୍ବେ ହାଇକୋର୍ଟ

ମୁମ୍ବାଇ : ପ୍ରଧାନମନ୍ତ୍ରୀଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ପିଏମ୍‌ ନରେନ୍ଦ୍ର ମୋଦିର ରିଲିଜ୍‌ ତାରିଖ ଘୋଷଣା କରାଯିବା ପରେ ବିରୋଧି ଦଳ ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଚେଷ୍ଟା ଜାରି ରଖିଛି । ଏହାର ରିଲିଜ୍‌କୁ ବନ୍ଦ କରିବାକୁ ନେଇ ବମ୍ବେ ହାଇକୋର୍ଟରେ ଆବେଦନ କରାଯାଇଥିବା ବେଳେ ମାର୍ଚ୍ଚ ୨୯ରେ ଏ ନେଇ ଶୁଣାଣି କରାଯିବ ବୋଲି ଜଣାପଡ଼ିଛି ।

Patrika

ଫିଲ୍ମଟି ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି କିଛି ଦିନ ତଳେ କଂଗ୍ରେସ ନିର୍ବାଚନ କମିସନ ଆଗରେ ଅଭିଯୋଗ କରିଥିଲା। ଏହା ସହ ମହାରାଷ୍ଟ୍ରର ନବନିର୍ମାଣ ସଂଘର ସଦସ୍ୟମାନେ ମଧ୍ୟ ଏ ନେଇ ଆପତ୍ତି ଉଠାଇଥିଲେ । ଫିଲ୍ମଟି ମହାରାଷ୍ଟ୍ରରେ ରିଲିଜ୍‌ କରାଇଦେବୁ ନାହିଁ ବୋଲି ଆନ୍ଦୋଳନ କରିଥିଲେ । ତେବେ ଫିଲ୍ମଟି ନିର୍ଦ୍ଧାରିତ ତାରିଖରେ ରିଲିଜ୍‌ ହେଉଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର