ଜାହ୍ନବୀଙ୍କ ଏହି ନିଶା ପାଇଁ ଚିନ୍ତାରେ ବାପା ବୋନି କପୁର,ଭାଇରାଲ ହେଲା ବାପ-ଝିଅଙ୍କ ମଧ୍ୟରେ ହୋଇଥିବା ହ୍ଵାଟ୍‌ସଆପ୍‌ ଚାଟ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ପରେ ନିଜ ଦୁଇ ଝିଅ ଜାହ୍ନବୀ ଏବଂ ଖୁସି କପୁରଙ୍କ ସବୁ ଖୁସିର ଧ୍ୟାନ ରଖିବା ଆରମ୍ଭ କରିଛନ୍ତି ବୋନି କପୁର । ଦୁଇ ଝିଅଙ୍କ ସବୁ ଇଚ୍ଛା ବୋନି କପୁର ପୂରଣ କରୁଥିବା ବେଳେ ଜାହ୍ନବୀଙ୍କ ଗୋଟେ ନିଶା ଏବେ ବୋନି କପୁରଙ୍କୁ ଚିନ୍ତାରେ ପକାଇଛନ୍ତି । ଯାହାର ଖୁଲାସା ଦୁହିଁଙ୍କ ଭାଇରାଲ ହ୍ଵାଟ୍‌ସଆପ୍‌ ଚାଟ୍‌ରୁ ସାମ୍ନାକୁ ଆସିଛି । ଜାହ୍ନବୀ ନିଜ ବାପାଙ୍କ ସହ ହ୍ଵାଟ୍‌ସଆପ୍‌ରେ ହୋଇଥିବା କଥାର ସ୍କ୍ରିନ୍‌ସଟ୍‌ ନେବା ସହ ଏହାକୁ ନିଜ ଇନ୍‌ଷ୍ଟା ଷ୍ଟାଟସରେ ସେୟାର କରିଥିଲେ । ଯାହା ପରେ ଚାଟ୍‌ଟି ଭାଇରାଲ ହୋଇଛି ।

jansatta.com

ଭାଇରାଲ ହୋଇଥିବା ଚାଟ୍‌ରୁ ଜାହ୍ନବୀଙ୍କ ଜିମ୍‌ ଯାଇ ବ୍ୟାୟାମ କରିବା ନିଶାକୁ ନେଇ ବୋନି କପୁର ଚିନ୍ତାରେ ଥିବା ଜଣା ପଡ଼ିଛି । ଚାଟ୍‌ରେ ବୋନି କପୁର ଏକ ଖବର କାଗଜର ଗୋଟେ ପେଜ୍‌ କାଟି ତାହାର ଫଟୋ ଜାହ୍ନବୀଙ୍କ ପଠାଇଥିଲେ । ପଠାଇଥିବା ଫଟୋରେ ଅଧିକ ବ୍ୟାୟାମ କରିବା ଦ୍ୱାରା ଶରୀରକୁ ହେଉଥିବା କ୍ଷତି ବିଷୟରେ ଲେଖା ଯାଇଥିଲା । ଗବେଷଣାରୁ ଅଧିକ ବ୍ୟାୟାମ ଶରୀର ପାଇଁ କ୍ଷତିକାରକ ବୋଲି ପଢ଼ିବା ପରେ ବୋନି କପୁର ଏହାକୁ ଝିଅ ଜାହ୍ନବୀଙ୍କ ପାଖକୁ ପଠାଇଥିଲେ । ଯାହାକୁ ଦେଖିବା ପରେ ଜାହ୍ନବୀ ମୁଣ୍ଡରେ ହାତ ଦେଇଥିଲେ ।

ସମ୍ବନ୍ଧିତ ଖବର