ମୋ ସହିତ ମୋ ଝିଅର ତୁଳନା କରାଯିବନି ତ? ମୃତ୍ୟୁର କିଛି ଦିନ ପୂର୍ବରୁ ଏହି ଚିନ୍ତା ଶ୍ରୀଦେବୀଙ୍କୁ ଘାରିଥିଲା

ମୁମ୍ବାଇ : ଜୁଲାଇ ୨୦ରେ ରିଲିଜ ହୋଇ ସାରିଛି ଫିଲ୍ମ ‘ଧଡ଼କ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଇଶାନ ଖଟ୍ଟର ଏବଂ ଜାହ୍ନବୀ କପୁରଙ୍କୁ ଦେଖିବାକୁ ମିଳିଛି । ଏହା ଜାହ୍ନବୀଙ୍କ ପ୍ରଥମ ଫିଲ୍ମ ହୋଇଥିବା ବେଳେ ଏହି ଫିଲ୍ମକୁ ନେଇ ଅନେକ ଆଶା ରଖିଥିଲେ ଶ୍ରୀଦେବୀ । ମୃତ୍ୟୁ ପୂର୍ବରୁ ସେ ଜାହ୍ନବୀଙ୍କୁ ପ୍ରତିଟି କଥା ଶିଖାଉଥିଲେ । ତାଙ୍କ ଠାରୁ ଜାହ୍ନବୀ ଆହୁରି ଅଧିକ ନାଁ କରୁ ବୋଲି ସେ ଜାହ୍ନବୀଙ୍କୁ ସବୁ ବେଳେ ଭଲ କରିବା ପାଇଁ ଉତ୍ସାହିତ କରୁଥିଲେ । କିନ୍ତୁ ଫିଲ୍ମର ସୁଟିଂ ଅଧାରୁ ହିଁ ଶ୍ରୀଦେବୀଙ୍କୁ ତାଙ୍କ ପରିବାରକୁ ଛାଡ଼ି ଯିବାକୁ ପଡ଼ିଥିଲା । ଯାହା ପରେ ଜାହ୍ନବୀ ପୂରା ଏକା ହୋଇଯିବା ସହ ଫିଲ୍ମର ସୁଟିଂ ପୂରା କରିଥିଲେ ।

India TV

ଏବେ ଫିଲ୍ମଟି ରିଲିଜ୍‌ ହୋଇ ସାରିଥିବା ବେଳେ ଭଲ ଆୟ ମଧ୍ୟ କରୁଥିବା ଦେଖାଯାଇଛି । କିନ୍ତୁ କିଛି କଳାକାର ଏବଂ ଦର୍ଶକ ତାଙ୍କୁ ଶ୍ରୀଦେବୀଙ୍କ ସହ ତୁଳନା କରି ଶ୍ରୀଦେବୀଙ୍କ ଭଳି ଜାହ୍ନବୀଙ୍କ ପାଖରେ ଯାଦୁ ନାହିଁ ବୋଲି କହିଛନ୍ତି । ଏ ବିଷୟରେ ଜାଣିବା ପରେ ଶ୍ରୀଦେବୀ ଏହି କଥାକୁ ଡ଼ରୁଥିଲେ ବୋଲି ଜାହ୍ନବୀଙ୍କ ବାପା ବୋନି କପୁର କହିଛନ୍ତି । ସେ କେବେ ଚାହୁଁନଥିଲେ କି ଜାହ୍ନବୀଙ୍କ ତୁଳନା ତାଙ୍କ ସହ କରାଯାଉ । କିନ୍ତୁ ଫିଲ୍ମ ରିଲିଜ୍‌ ପରେ ତାଙ୍କ ସହ ଜାହ୍ନବୀଙ୍କୁ ତୁଳନା କରାଯିବ ବୋଲି ସେ ଜାଣିଥିବା ବେଳେ ପୂର୍ବରୁ ସେ ଜାହ୍ନବୀଙ୍କୁ ଏଭଳି ପରିସ୍ଥିତି ପାଇଁ ପ୍ରସ୍ତୁତ କରିଥିଲେ ବୋଲି ବୋନି କପୁର କହିଛନ୍ତି ।

ସମ୍ବନ୍ଧିତ ଖବର