ପରଦାରେ ଶ୍ରୀଦେବୀଙ୍କ ମୃତ୍ୟୁ ଝଲକ ଦେଖି ରାଗିଗଲେ ବୋନି କପୁର, ପ୍ରିୟା ପ୍ରକାଶଙ୍କୁ ପଠାଇଲେ ନୋଟିସ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରିୟା ପ୍ରକାଶ ସାଉଥ୍‌ ସିନେମା ପରେ ଏବେ ବଲିଉଡ୍‌ରେ ପାଦ ଦେବାକୁ ଯାଉଛନ୍ତି। ସେ ପ୍ରଶାନ୍ତ ମମ୍ବୁଲିଙ୍କ ନିର୍ଦ୍ଦେଶିତ ସିନେମା ‘ଶ୍ରୀଦେବୀ ବଙ୍ଗ୍‌ଲୋ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଜାନୁଆରି ୧୩ରେ ଏହି ସିନେମାର ଟିଜର ରିଲିଜ ହୋଇଛି। ‘ଶ୍ରୀଦେବୀ ବଙ୍ଗ୍‌ଲୋ’ ସିନେମାର ଟିଜର ସାମ୍ନାକୁ ଆସିବା ପରେ ବିବାଦ ଦେଖା ଦେଇଛି।

ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ପ୍ରିୟା ପ୍ରକାଶ ଓ୍ଵରିୟର୍‌ଙ୍କ ଅଭିନୀତ ସିନେମା ‘ଶ୍ରୀଦେବୀ ବଙ୍ଗ୍‌ଲୋ’ ଟିମ୍‌କୁ ଏକ ଲିଗାଲ୍‌ ନୋଟିସ୍‌ ପଠାଇଛନ୍ତି। କାରଣ ସିନେମା ‘ଶ୍ରୀଦେବୀ ବଙ୍ଗଲୋ’ ଟିଜରରେ ପ୍ରିୟା ପ୍ରକାଶ ବିଭିନ୍ନ ପ୍ରକାର ସେଡସ୍‌ରେ ନଜର ଆସିଛନ୍ତି। ଏହି ସିନେମାର ଏକ ଦୃଶ୍ୟ ରହିଛି, ଯେଉଁଥିରେ ପ୍ରିୟା ପ୍ରକାଶଙ୍କ ମୃତଦେହ ବାଥ୍‌ଟବ୍‌ରୁ ମିଳୁଥିବା ଦେଖିବାକୁ ମିଳୁଛି। ଏହି ଟିଜରକୁ ଦେଖି ଲୋକମାନେ ଏହା ଶ୍ରୀଦେବୀଙ୍କ ଜୀବନୀ ଉପରେ ଆଧାରିତ ବୋଲି କହୁଛନ୍ତି। କାରଣ ଶ୍ରୀଦେବୀଙ୍କ ମୃତ୍ୟୁ ସିନେମା ଦୁନିଆ ତଥା ତାଙ୍କ ପରିବାରଲୋକ ଏବଂ ପ୍ରଶଂସକଙ୍କୁ ଦୋହଲାଇ ରଖି ଦେଇଥିଲା।  ଗତବର୍ଷ ଦୁଇବାଇରେ ତାଙ୍କର ସମ୍ପର୍କୀୟଙ୍କ ବିବାହ ଉତ୍ସବ ଚାଲିଥିବା ସମୟରେ ବାଥ୍‌ଟବ୍‌ରେ ବୁଡି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା।

ସିନେମାର ଏହି ଦୃଶ୍ୟକୁ ଦେଖିବା ପରେ ବୋନି କପୁର ଅସନ୍ତୋଷ ବ୍ୟକ୍ତ କରି ‘ଶ୍ରୀଦେବୀ ବଙ୍ଗ୍‌ଲୋ’ ଟିମ୍‌କୁ ଏକ ଲିଗାଲ୍‌ ନୋଟିସ୍‌ ପଠାଇଥିଲେ। କାରଣ ଏହି ସିନେମାକୁ ନେଇ ତାଙ୍କୁ ଓ ତାଙ୍କ ପରିବାରକୁ କୌଣସି ପ୍ରକାର ସୂଚନା ଦିଆଯାଇ ନଥିଲା।

ବୋନି କପୁରଙ୍କ ଏହି ନୋଟିସ୍‌ ସମ୍ପର୍କରେ ନିର୍ଦ୍ଦେଶକ ପ୍ରଶାନ୍ତ ମମ୍ବୁଲି କହିଛନ୍ତି, ଗତ ସପ୍ତାହରେ ବୋନି କପୁରଙ୍କ ତରଫରୁ ଏକ ଲିଗାଲ୍‌ ନୋଟିସ୍‌ ପାଇଥିଲୁ। ମୁଁ ଏଠାରେ କହି ରଖୁଛି, ମୋର ସିନେମା ଏକ ସସ୍‌ପେନ୍‌ସ୍‌ ଥ୍ରିଲର୍‌ ସିନେମା। ମୁଁ ବୋନି କପୁରଙ୍କୁ ଜଣାଇ ଦେବାକୁ ଚାହେଁ କି, ଶ୍ରୀବେଦୀ ଏକ ସାଧାରଣ ନାମ। ସିନେମାରେ ପ୍ରିୟା ବି ଏକ ଅଭିନେତ୍ରୀ ଭୂମିକା ନିଭାଉଛନ୍ତି। ନିର୍ଦ୍ଦେଶକଙ୍କ ବ୍ୟତୀତ ପ୍ରିୟା ବି କହିଛନ୍ତି କି, ସିନେମା ଟି ଶ୍ରୀଦେବୀଙ୍କ ଜୀବନ ଆଧାରିତ ଆଦୌ ନୁହେଁ। ଆମେ ସମସ୍ତେ ଏହି ନୋଟ୍‌କୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ ବୋଲି ‘ଶ୍ରୀଦେବୀ ବଙ୍ଗ୍‌ଲୋ’ ନିର୍ଦ୍ଦେଶକ ପ୍ରଶାନ୍ତ ମମ୍ବୁଲ କହିଛନ୍ତି।

ପ୍ରିୟା ପ୍ରକାଶଙ୍କ ପିତା ବି ଏହି ଲିଗାଲ୍‌ ନୋଟିସ୍‌ ବିଷୟରେ କିଛି କହିବାକୁ ଗଣମାଧ୍ୟମକୁ ମନା କରି ଦେଇଛନ୍ତି। ଏବଂ କହିଛନ୍ତି ଏହି ମାମଲା ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କର ବୋଲି।

ସମ୍ବନ୍ଧିତ ଖବର