ଶ୍ରୀଦେବୀଙ୍କ ଉପରେ ଡକ୍ୟୁମେଣ୍ଟାରି ନିର୍ମାଣ କରିବେ ପତି ବୋନି କପୁର୍‌

ମୁମ୍ବାଇ: ସୁପର୍‌ଷ୍ଟାର୍‌ ପତ୍ନୀ ଶ୍ରୀଦେବୀଙ୍କୁ ବୋନି କପୁର କେତେ ଯେ ଶ୍ରଦ୍ଧା କରନ୍ତି ତାହା ତ ଆପଣ ପୂର୍ବରୁ ଜାଣିଥିବେ ନିଶ୍ଚୟ। ଏବେ ପତ୍ନୀଙ୍କ ପ୍ରେମରେ ବୋନି ଶ୍ରୀଦେବୀଙ୍କ ଉଦ୍ଦେଶ୍ୟରେ ଏକ ଡକ୍ୟୁମେଣ୍ଟାରି କରିବାର ନିଷ୍ପତ୍ତି ନେଇଛନ୍ତି। ଶ୍ରୀଦେବୀଙ୍କ ମୃତ୍ୟୁ ପରେ ବୋନି କିଛି ଦିନ ପର୍ଯ୍ୟନ୍ତ ଖୁବ ଭାଙ୍ଗି ପଡ଼ିଥିଲେ। ମାତ୍ର ଏବେ ସେ ଧୀରେ ଧୀରେ ସ୍ୱାଭାବିକ ହେବା ସହ ନିଜର ବନ୍ଧୁମାନଙ୍କ ସହ ଯୋଗାଯୋଗ କରିବା ଆରମ୍ଭ କରିଛନ୍ତି।

ସୂଚନାରୁ ଜାଣିବାକୁ ମିଳିଛି ଯେ ଏହି ଚଳଚ୍ଚିତ୍ର କରିବା ପାଇଁ ବୋନି କପୁର୍‌ ତାଙ୍କ ବନ୍ଧୁ ଶେଖର କପୁରଙ୍କ ସହାୟତା ନେବେ। ବୋନିଙ୍କ ହିସାବରେ ଶ୍ରୀଦେବୀଙ୍କ ସହ ତାଙ୍କ ବିବାହ ଏକ ଅତ୍ୟନ୍ତ ସୁନ୍ଦର ଅନୁଭୂତି ଥିଲା। ସେ ତାହାକୁ ଚିର ସବୁଜ କରି ରଖିବାକୁ ଚାହାନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ବୋନି କପୁର ସପରିବାର ରାମେଶ୍ୱରମ୍‌ ଯାଇ ଶ୍ରୀଦେବୀଙ୍କ ଚିତା ଭସ୍ମ ବିସର୍ଜନ କରିଥିବା ଫଟୋ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର