ମୁମ୍ବାଇ: ଶ୍ରୀଦେବୀଙ୍କ ମୃତ୍ୟୁ ନେଇ ପୂରା ଦେଶ ପ୍ରତିକ୍ରିୟା ଦେଖାଇ ସାରିଥିଲେ ବି କୌଣସି ପ୍ରକାର ପ୍ରତିକ୍ରିୟା ଦେଖାଇ ନଥିଲେ ପତି ବୋନି କପୁର୍‌। ବୋନି କପୁର ନିକଟରେ ନିଜ ପତ୍ନୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି ଯାହା ସାଧାରଣ ଲୋକଙ୍କ ଆଖି ଲୁହର କାରଣ ସାଜିଛି। ବୋନି କପୁର୍‌ ଶ୍ରୀଦେବୀ ବୋନି କପୁର୍‌ ଟୁଇଟର୍‌ ଆକାଉଣ୍ଟରେ ଯେଉଁ ଚିଠି ଲେଖିଛନ୍ତି ତାହାର ସାରାଂସ ନିମ୍ନରେ ଦିଆଯାଇଛି।

Advertisment


‘ଜଣେ ବନ୍ଧୁ, ପତ୍ନୀ, ଦୁଇ ପିଲାଙ୍କ ମାଆକୁ ହରାଇବାର ଦୁଃଖ ଶବ୍ଦରେ ବାଖ୍ୟା କରିହେବା ଭଳି କଥା ନୁହେଁ। ମୁଁ ମୋ ପରିବାର, ବନ୍ଧୁ, ସଂପର୍କୀୟ ଏବଂ ଶ୍ରୀଦେବୀଙ୍କ ଅଗଣତି ପ୍ରଶଂସକଙ୍କୁ ଉଚିତ୍‌ ସମୟରେ ମୋ ସହ ଛିଡ଼ା ହୋଇଥିବାରୁ ଧନ୍ୟବାଦ ଜଣାଉଛି। ପୁତ୍ର ଅର୍ଜୁନ ଏବଂ ଅନ୍‌ଶୁଲାଙ୍କ ଭଲପାଇବା ଓ ସମର୍ଥନ ପାଇଁ ନିଜକୁ ଭାଗ୍ୟବାନ୍‌ ମନେ କରୁଛି। ଖୁସି ଆଉ ଜାନ୍‌ଭୀ ମୋର ଦମ୍ଭ। ଏକତାର ସହ ଏଭଳି ଏକ ଅସହ୍ୟ ଯନ୍ତ୍ରଣାକୁ ସହ୍ୟ କରିବାକୁ ଆମେ ସମସ୍ତେ ସାହସ ବାନ୍ଧୁଛୁ।

ପୂରା ବିଶ୍ୱ ‘ଚାନ୍ଦ୍‌ନୀ’କୁ ହରାଇଛି। ଜଣେ ପ୍ରଖ୍ୟାତ ଅଭିନେତ୍ରୀଙ୍କୁ ହରାଇଛି। ତାଙ୍କ ଶ୍ରୀଦେବୀଙ୍କୁ ହରାଇଛି। ମାତ୍ର ମୋ ପାଇଁ ସେ ମୋ ପ୍ରେମ, ମୋ ବନ୍ଧୁ, ମୋ ପିଲାଙ୍କ ମାଆ ଏବଂ ମୋ ଜୀବନସାଥୀ। ମୋ ପିଲାଙ୍କ ପାଇଁ ସେ ଜୀବନ ଥିଲେ। ଯେଉଁଟି ଆମ ସଂସାର ଠିଆ ହୋଇଥିଲା ସେ ଥିଲେ ତା’ର ଭୂଳଦୁଆ।

ମୁଁ ମୋର ପତ୍ନୀ ଏବଂ ମୋ ପିଲାମାନଙ୍କ ମାଆକୁ ବିଦାୟ ଦେବା ସହ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆମକୁ ଆମ ବ୍ୟକ୍ତିଗତ ଜୀବନରେ ରହିବାକୁ ଦିଅ। ଯଦି ଶ୍ରୀଦେବୀଙ୍କ ବିଷୟରେ ଆଲୋଚନା କରିବାକୁ ଚାହାନ୍ତି ତେବେ ଆପଣଙ୍କ ସହ ଯୋଡ଼ା ଶ୍ରୀଦେବୀଙ୍କର ସବୁ ସ୍ୱତନ୍ତ୍ର ମୁହୂର୍ତ୍ତକୁ ମନେ ପକାନ୍ତୁ। ସମସ୍ତଙ୍କ ମନକୁ ଜିଣିପାରିଥିବା ପରି ଅଭିନେତ୍ରୀ ଥିଲେ ସେ। ସେ ବିଷୟରେ କଥା ହୁଅନ୍ତୁ। ତାଙ୍କ ସମ୍ମାନ ପାଇଁ ତାଙ୍କ ବିଷୟରେ ଅନ୍ୟ କିଛି କୁହନ୍ତୁ ନାହିଁ। କାହିଁକି ନା, ସେ ଦୀର୍ଘ ବର୍ଷ ଧରି ରୂପେଲି ପରଦାର ଚମକ ଥିଲେ।

ଏବେ ମୋର ପ୍ରଥମ କାମ ହେଲା ଶ୍ରୀଙ୍କ ବିନା ମୁଁ ମୋ ଝିଅମାନଙ୍କୁ ସୁରକ୍ଷା ଦେବି। ସେ ଆମ ଜୀବନ ଏବଂ ଦମ୍ଭ ଥିଲେ। ଆମ ହସ ପଛର କାରଣ ଥିଲେ। ତାଙ୍କ ଆତ୍ମାର ସଦ୍‌ଗଦି ହେଉ। ମୋ ପ୍ରେମ, ଆମ ଜୀବନ ତୁମ ବିନା ଆଉ ପୂର୍ବ ପରି ହେଇପାରିବ ନାହିଁ।’

ବୋନି କପୁର୍‌