‘ବୋଉ ବୁଟୁ ଭୂତ’ ପରେ ଓଲିଉଡ୍ର ଲୋକପ୍ରିୟ ନାୟକ ବାବୁସାନ୍ଙ୍କର ଆଗାମୀ ଓଡ଼ିଆ ସିନେମା ‘ଅନ୍ତର୍ଯ୍ୟାମୀ’ ପରଦାକୁ ଆସିବ ବୋଲି ସୂଚନା ମିଳିଛି। ଏହା ଓଡ଼ିଆ ଛଡ଼ା ତେଲୁଗୁ, ତାମିଲ, ମଲୟାଲମ୍ ଓ କନ୍ନଡ଼ ଆଦି ଛ’ଟି ଭାଷାରେ ବି ରିଲିଜ୍ ହେବ। ଫିଲ୍ମର ଅବଶିଷ୍ଟ ଅଂଶର ସୁଟିଂ ଖୁବ୍ ଶୀଘ୍ର ଶେଷହେବ। ଏହାର ପ୍ରଯୋଜନା କରିଛନ୍ତି ଅମିତ ନିଷାଦ ଓ ଅଭିରାମ। ଏହାର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ନବାଗତ ଶିବ ସତ୍ୟମ୍। ଜି ଜେ କାର୍ତ୍ତିକେୟନ୍ ଏହାର ସଙ୍ଗୀତକାର।
‘ଅନ୍ତର୍ଯ୍ୟାମୀ’ରେ ବାବୁସାନ୍ଙ୍କ ବିପକ୍ଷରେ ଦର୍ଶକ ଦକ୍ଷିଣୀ ସିନେମାର ଲୋକପ୍ରିୟ ନାୟିକା ବେଦିକାଙ୍କୁ ଦେଖିବାକୁ ପାଇବେ। ବେଦିକା ୨୦୦୬ରେ ମୁକ୍ତିଲାଭ କରିଥିବା ତାମିଲ ଛବି ‘ମାଦ୍ରାସୀ’ରୁ କ୍ୟାରିୟର୍ ଆରମ୍ଭ କରିଥିଲେ। ଏହାପରେ ସେ ବେଶ୍ କେତୋଟି ତେଲୁଗୁ, ତାମିଲ ଓ କନ୍ନଡ଼ ସିନେମାରେ ଅଭିନୟ କରି ଦକ୍ଷିଣ ଭାରତର ଜଣେ ଜଣାଶୁଣା ନାୟିକା ବନିଛନ୍ତି। ଏତଦ୍ବ୍ୟତୀତ ‘ଅନ୍ତର୍ଯ୍ୟାମୀ’ରେ ଶ୍ରୀତମ ଦାସ ଓ ତେଲୁଗୁ ସିନେଇଣ୍ଡଷ୍ଟ୍ରିର କଳାକାର ଇନ୍ଦ୍ରଜା, କସ୍ତୁରୀ ଶଙ୍କରଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ବାବୁସାନ୍ଙ୍କୁ ଭିନ୍ନ ଧରଣର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହା ଏକ ଆକ୍ସନ୍ ପ୍ୟାକ୍ଡ୍ ମୁଭି ହୋଇଥିବା ହେତୁ ଏଥିରେ ‘ଦମନ’, ‘ପାବାର’ ଓ ‘ବୋଉ ବୁଟୁ ଭୂତ’ ପରେ ପୁଣି ଭିନ୍ନ ଅବତାରରେ ଆସିବେ ବାବୁସାନ୍। ‘ଅନ୍ତର୍ଯ୍ୟାମୀ’କୁ ଆଗାମୀ ଦଶହରା ଅବସରରେ ରିଲିଜ୍ କରିବାର ଲକ୍ଷ୍ୟ ରଖିଛି ପ୍ରଯୋଜନା ସଂସ୍ଥା।
‘ବୋଉ ବୁଟୁ ଭୂତ’ ପରେ ‘ଅନ୍ତର୍ଯ୍ୟାମୀ’
‘ବୋଉ ବୁଟୁ ଭୂତ’ ପରେ ଓଲିଉଡ୍ର ଲୋକପ୍ରିୟ ନାୟକ ବାବୁସାନ୍ଙ୍କର ଆଗାମୀ ଓଡ଼ିଆ ସିନେମା ‘ଅନ୍ତର୍ଯ୍ୟାମୀ’ ପରଦାକୁ ଆସିବ ବୋଲି ସୂଚନା ମିଳିଛି। ଏହା ଓଡ଼ିଆ ଛଡ଼ା ତେଲୁଗୁ, ତାମିଲ, ମଲୟାଲମ୍ ଓ କନ୍ନଡ଼ ଆଦି ଛ’ଟି ଭାଷାରେ ବି ରିଲିଜ୍ ହେବ।
/sambad/media/media_files/2025/07/06/wqr-2025-07-06-14-04-58.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)