ଭୁବନେଶ୍ବର: ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ନିର୍ଦେଶିତ ନୂଆ ଓଡ଼ିଆ ସିନେମା ‘ବୋଉର ହାତବାକ୍ସ’ ଆଜି ୩୦ ତାରିଖରେ ମୁକ୍ତିଲାଭ କରୁଛି।
ନାରାୟଣ ଏକ ଭିନ୍ନ ସ୍ବାଦର କାହାଣୀକୁ ନେଇ ଦୀର୍ଘଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରିଛନ୍ତି। ସେ ଏହାର ଚିତ୍ରନାଟ୍ୟ ରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି। ଆରତୀ ପାଟ୍ଟଯୋଶୀ ଏହାର କାହାଣୀ ଲେଖିଛନ୍ତି। ସଂଜୟ ଦାସଙ୍କ ନିବେଦିତ ତଥା ଚାଇରୋସନା ଫିଲ୍ମସ୍ ପ୍ରଡକ୍ସନ୍ ବ୍ୟାନରରେ ପ୍ରସ୍ତୁତ ଏହି ଓଡ଼ିଆ ଚଳଚ୍ଚିତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ବି ଅଭିନୟ କରିଛନ୍ତି ନାରାୟଣ ପତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଲୋପାମୁଦ୍ରା ମିଶ୍ର ଓ ରାଜେଶ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି।
ଦେବଦାସ ଛୋଟରାୟ ଓ ମାନଗୋବିନ୍ଦ ବାରିକ ଏଇ ସିନେମାର ଗୀତ ରଚନା କରିଥିବା ବେଳେ କ୍ଷୀତିପ୍ରକାଶ ମହାପାତ୍ର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଓଡ଼ିଆ ଘରର କାହାଣୀ, ଚଳଣି ଓ ପରମ୍ପରାକୁ ନେଇ ପାରିବାରିକ ଚଳଚ୍ଚିତ୍ରଟିଏ ହେଉଛି ‘ବୋଉର ହାତବାକ୍ସ’। ଏହା ଏକ ମୌଳିକ ସିନେମା। ଦମନ ପରେ ଏବର୍ଷ ଯେଉଁ ନୂଆ ଧାରା ଓଲିଉଡରେ ଦେଖିବାକୁ ମିଳିଛି, ତାହାକୁ ‘ବୋଉର ହାତବାକ୍ସ’ ଆଉ ପାଦେ ଆଗେଇ ନେବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/boura-hatabaksa-1.png)