ମୁମ୍ବାଇ: ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘୨.୦’ ଏଯାଏଁ ୭୧୦ କୋଟି ଟଙ୍କାରୁ ଅଧିକ ଆୟ କରିସାରିଲାଣି।‘ବାହୁବଲୀ-୨’ପରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ଆୟକାରୀ ଭାରତୀୟ ସିନେମା।ଏହାର ବିଶ୍ୱ ସ୍ତରୀୟ ବ୍ୟବସାୟକୁ ଦେଖିଲେ ଜଣାଯାଏ ଯେ, ଇତି ମଧ୍ୟରେ ‘୨.୦’ବାହୁବଲୀର ପ୍ରଥମ ଭାଗକୁ ପଛରେ ପକାଇ ସାରିଛି। ‘ବାହୁବଲୀ’ର ବ୍ୟବସାୟ ଥିଲା ୬୫୦ କୋଟି ଟଙ୍କା। /sambad/media/post_attachments/wp-content/uploads/2018/12/2.0-759.jpg)
‘୨.୦’ଭାରତୀୟ ବକ୍ସ ଅଫିସରେ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରିଛି। ଏହା ରଣବୀର କପୁରଙ୍କ ଅଭିନୀତ ‘ସଂଜୁ’ ଓ ରଣବୀର ସିଂହ-ଦୀପିକା ପାଦୁକୋନ୍ଙ୍କ ଅଭିନୀତ ‘ପଦ୍ମାବତ୍’ର କଲେକସନ୍କୁ ମଧ୍ୟ ପଛରେ ପକାଇ ଦେଇଛି। ଟ୍ରେଡ ବିଶ୍ଳେଷକ ରମେଶ ବାଲାଙ୍କ ଅନୁଯାୟୀ ‘୨.୦’ଏ ଯାଏଁ ମୋଟ୍ ୩୦୧ କୋଟି ଆୟ କରିଛି,ଅପରପକ୍ଷରେ ‘ସଂଜୁ’୨୯୭ କୋଟି ଓ ପଦ୍ମାବତ୍ ୨୬୮ କୋଟି ଟଙ୍କାର ବ୍ୟବସାୟ କରିଥିଲା। ‘୨.୦’ ଏଇ ରବିବାର ଶେଷ ବେଳକୁ ୮୦୦ କୋଟି ଟଙ୍କାରେ ପହଞ୍ଚବ ବୋଲି ଆକଳନ କରିଛି।‘୨.୦’ହେଉଛି ଅକ୍ଷୟ କୁମାରଙ୍କର ସବୁଠାରୁ ବଡ଼ ହିଟ୍ ସିନେମା। ଏହା ହିନ୍ଦୀ ,ତେଲୁଗୁ ଏବଂ ତାମିଲ ଭାଷାରେ ଭଲ ବ୍ୟବସାୟ କରୁଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/2.0-jagaran.jpg)