ମୁମ୍ବାଇ: ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘୨.୦’ ଏଯାଏଁ  ୭୧୦ କୋଟି ଟଙ୍କାରୁ ଅଧିକ ଆୟ କରିସାରିଲାଣି।‘ବାହୁବଲୀ-୨’ପରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ଆୟକାରୀ ଭାରତୀୟ ସିନେମା।ଏହାର ବିଶ୍ୱ ସ୍ତରୀୟ ବ୍ୟବସାୟକୁ ଦେଖିଲେ ଜଣାଯାଏ ଯେ, ଇତି ମଧ୍ୟରେ ‘୨.୦’ବାହୁବଲୀର ପ୍ରଥମ ଭାଗକୁ ପଛରେ ପକାଇ ସାରିଛି। ‘ବାହୁବଲୀ’ର ବ୍ୟବସାୟ ଥିଲା ୬୫୦ କୋଟି ଟଙ୍କା। publive-image

Advertisment

‘୨.୦’ଭାରତୀୟ ବକ୍ସ ଅଫିସରେ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରିଛି। ଏହା ରଣବୀର କପୁରଙ୍କ ଅଭିନୀତ ‘ସଂଜୁ’ ଓ ରଣବୀର ସିଂହ-ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ‘ପଦ୍ମାବତ୍‌’ର କଲେକସନ୍‌କୁ ମଧ୍ୟ ପଛରେ ପକାଇ ଦେଇଛି। ଟ୍ରେଡ ବିଶ୍ଳେଷକ ରମେଶ ବାଲାଙ୍କ ଅନୁଯାୟୀ ‘୨.୦’ଏ ଯାଏଁ ମୋଟ୍‌ ୩୦୧ କୋଟି ଆୟ କରିଛି,ଅପରପକ୍ଷରେ ‘ସଂଜୁ’୨୯୭ କୋଟି ଓ ପଦ୍ମାବତ୍‌ ୨୬୮ କୋଟି ଟଙ୍କାର ବ୍ୟବସାୟ କରିଥିଲା। ‘୨.୦’ ଏଇ ରବିବାର ଶେଷ ବେଳକୁ ୮୦୦ କୋଟି ଟଙ୍କାରେ ପହଞ୍ଚବ ବୋଲି ଆକଳନ କରିଛି।‘୨.୦’ହେଉଛି ଅକ୍ଷୟ କୁମାରଙ୍କର ସବୁଠାରୁ ବଡ଼ ହିଟ୍ ସିନେମା। ଏହା ହିନ୍ଦୀ ,ତେଲୁଗୁ ଏବଂ ତାମିଲ ଭାଷାରେ ଭଲ ବ୍ୟବସାୟ କରୁଥିବା ଜଣାଯାଇଛି।