ମୁମ୍ବାଇ: ବଲିଉଡ଼୍‍ର ମୋଷ୍ଟ୍‍ ସେଲେବଲ୍‌ ହିରୋ ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ‘ପ୍ୟାଡ଼୍‍ ମ୍ୟାନ୍‌’ ପ୍ରଥମ ଦିନ ହିଁ ବକ୍ସ ଅଫିସରେ ନିଜର କମାଲ ଦେଖାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଏହା ପ୍ରଥମ ଦିନ ଭାରତରେ ୧୨ କୋଟିରୁ ଅଧିକ ଆୟ କରିଛି। ଏହା ହେଉଛି ଏବର୍ଷର ବକ୍ସ ଅଫିସରେ ଦ୍ୱିତୀୟ ବଡ଼ ଓପନିଂ। ଏହି ସିନେମାକୁ ସବୁ ଶ୍ରେଣୀର ଦର୍ଶକ ପସନ୍ଦ ବି କରୁଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ‘ପ୍ୟାଡ଼୍‍ ମ୍ୟାନ୍‌’କୁ ସମୀକ୍ଷକମାନେ ବି ଭଲ ରେଟିଂ ଦେଇଛନ୍ତି। ଏହି କାରଣରୁ ଏହା ମାତ୍ର ତିନି ଦିନଭିତରେ ୫୦ କୋଟି ଛୁଇଁବ ବୋଲି ଆକଳନ କରାଯାଉଛି। ଆଉ ପ୍ରଥମ ସପ୍ତାହରେ ବି ୧୦୦ କୋଟିରେ ସାମିଲ ହେବ।

Advertisment

publive-image photo-navbharattimes

ଏଥିରେ ଅକ୍ଷୟ କୁମାର, ସୋନମ୍‌ କପୁର ଏବଂ ରାଧିକା ଆପଟେ ମୁଖ୍ୟ ଭୂମିକାରେ ଅଛନ୍ତି।‘ଚିନିକମ୍‌’‘ପା’ଓ ‘ସମିତାଭ୍‌’ଭଳି ଫିଲ୍ମର ନିର୍ଦ୍ଦେଶକ ଆର୍‌ ବାଲକୀ ‘ପ୍ୟାଡ଼୍‍ମ୍ୟାନ୍‌’ର ନିର୍ଦ୍ଦେଶନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ,‘ପ୍ୟାଡ଼୍‍ ମ୍ୟାନ୍‌’ରେ ଅକ୍ଷୟ କୁମାର ଦେଶରେ ମହିଳାମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ସାନଟାରି ନାପ୍‌କିନ୍‌ ଓ ଋତୁସ୍ରାବ ସଂପର୍କରେ ସଚେତନତା ସୃଷ୍ଟି କରୁଥିବା ଜଣେ ବ୍ୟକ୍ତି ଭୂମିକାରେ ନଜର ଆସିଛନ୍ତି। ଅରୁଣାଚଳମ୍‌ ମୁରୁଗାନାଥନ୍‌ଙ୍କ ଜୀବନୀ ଉପରେ ଏହି ସିନେମା ଆଧାରିତ ।ଅରୁଣାଚଳମ୍‌ ହେଉଛନ୍ତି ଗ୍ରାମୀଣ ମହିଳାମାନଙ୍କୁ ଋତୁସ୍ରାବ ସମୟରେ ଜରୁରୀ ଇକୋ ଫ୍ରେଣ୍ଡ୍‌ଲି ଓ ପକେଟ୍‌ ଫ୍ରେଣ୍ଡ୍‌ଲି ନାପ୍‌କିନ୍‌ ପ୍ରସ୍ତୁତ କରିଥିବା ପ୍ରଥମ ବ୍ୟକ୍ତି।