‘କେଜିଏଫ-୨’ ଓ ‘ୱାର’କୁ ପଛରେ ପକାଇଲା ‘ବ୍ରହ୍ମାସ୍ତ୍ର’ !

ମୁମ୍ବାଇ: ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ଗତକାଲି ରିଲିଜ୍‌ ହୋଇସାରିଛି। ଚଳଚ୍ଚିତ୍ରଟିକୁ ଲୋକେ ବୟକଟ୍‌ କରିଥିଲେ ବି ଚଳଚ୍ଚିତ୍ରଟି ସେତେଟା ଖରାପ ପ୍ରଦର୍ଶନ କରିନାହିଁ। ଆପଣଙ୍କୁ ଜଣାଇ ଦେଉଛୁ ଯେଂ ‘ବ୍ରହ୍ମାସ୍ତ୍ର’ର ଦୁଇ ଦିନର ବକ୍ସ ଅଫିସ ରି‌ପୋର୍ଟ ସାମ୍ନାକୁ ଆସିଛି। ୨ଦିନରେ ଫିଲ୍ମଟି ୧୬୦କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ଯଦି ରିପୋର୍ଟଗୁଡିକ ବିଶ୍ବାସ କରାଯାଏ, ତେବେ ଏହି ଚଳଚ୍ଚିତ୍ରଟି ୟଶଙ୍କ କେଜିଏଫ୍-୨ ଏବଂ ହ୍ରିତିକ୍ ରୋଶନଙ୍କ ଅଭିନୀତ ଫିଲ୍ମ ୱାରକୁ ପଛରେ ପକାଇଛି। ତେବେ ସବୁ ଆୟକୁ ମିଶାଇ ନୁହେଁ ବରଂ ପିଭିଆରର ଗୋଟିଏ ଦିନର ସଂଗ୍ରହକୁ ନେଇ ଏଭଳି ଦାବି କରାଯାଇଛି।

ବକ୍ସ ଅଫିସ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ‘ବ୍ରହ୍ମାସ୍ତ୍ର’ ଗୋଟିଏ ଦିନରେ ପିଭିଆରରେ ୯.୫୦କୋଟି ଟଙ୍କା ରୋଜଗାର କରିଥିବା ବେଳେ ‘କେଜିଏଫ୍-୨’ ଗୋଟିଏ ଦିନରେ ୯.୩୩କୋଟି ଟଙ୍କା ଆୟ କରିଥିଲା। ସେହିଭଳି ଫିଲ୍ମ ‘ୱାର’ ଗୋଟିଏ ଦିନରେ ସର୍ବାଧିକ ୮.୮୫ କୋଟି ଟଙ୍କା ରୋଜଗାର କରିଥିଲା।

ଆପଣଙ୍କୁ ଜଣାଇଦେଉଛୁ ଯେ, ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରର ମୋଟ ବଜେଟ୍ ୪୧୦ କୋଟି ଟଙ୍କା ରହିଛି । ଏହି ଚଳଚ୍ଚିତ୍ରରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ମୌନି ରୟ, ଟଲିଉଡ ତାରକା ନାଗାର୍ଜୁନ ଏବଂ ଏପରିକି ଶାହରୁଖ ଖାନଙ୍କ ଭଳି ଅଭିନେତା ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର କାହାଣୀ ଅନ୍ଧକାର ଏବଂ ଆଲୋକରେ ରହିଛି ଏବଂ ଯାହାକି ‘ବ୍ରହ୍ମାସ୍ତ୍ର’ ପାଇଁ ତାକୁ ତିନି ଭାଗରେ ବିଭକ୍ତ କରାଯାଇଛି ।

ସମ୍ବନ୍ଧିତ ଖବର