ମୁମ୍ବ‌ାଇ: ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ଗତକାଲି ରିଲିଜ୍‌ ହୋଇସାରିଛି। ଚଳଚ୍ଚିତ୍ରଟିକୁ ଲୋକେ ବୟକଟ୍‌ କରିଥିଲେ ବି ଚଳଚ୍ଚିତ୍ରଟି ସେତେଟା ଖରାପ ପ୍ରଦର୍ଶନ କରିନାହିଁ। ଆପଣଙ୍କୁ ଜଣାଇ ଦେଉଛୁ ଯେଂ ‘ବ୍ରହ୍ମାସ୍ତ୍ର’ର ପ୍ରଥମ ଦିନର ରୋଜଗାରର ରିପୋର୍ଟ ଏବେ ହସ୍ତଗତ ହୋଇସାରିଛି। ଜାଣିବାକୁ ମିଳିଛି କି ପ୍ରଥମ ଦିନରେ ହିଁ ରଣବୀରଙ୍କ ଅଭିନୀତ ଏହି ଫିଲ୍ମଟି ୩୬ କୋଟି ଟଙ୍କା ରୋଜଗାର କରିବାରେ ସମର୍ଥ ହୋଇଛି।

Advertisment

ତେବେ ଆମେରିକାରେ ଏହି ଚଳଚ୍ଚିତ୍ରଟି ପ୍ରଥ‌ମ ଦିନରେ ୧ ମିଲିୟନ ଡଲାରରୁ ଅଧିକ ରୋଜଗାର କରିଛି। ଏହା ଦର୍ଶକଙ୍କ ପାଇଁ ନିଶ୍ଚିତ ରୂପେ ଏକ ଉତ୍ସାହଜନକ ଖବର। ବଲିଉଡ୍‌ରେ ବୟକଟ୍‌ ଟ୍ରେଣ୍ଡ୍‌ ଚାଲିଥିବା ବେଳେ ଆୟନ ମୁଖାର୍ଜୀଙ୍କ ଏହି ଫିଲ୍ମଟି ବି ଏଥିରୁ ବାଦ୍‌ ପଡ଼ିନଥିଲା। ଏହାକୁ ନେଇ ବି ସୋସିଆଲ୍‌ ମିଡିଆରେ ବୟକଟ୍‌ ଟ୍ରେଣ୍ଡ୍‌ ଚାଲିଥିଲା।

ଆପଣଙ୍କୁ ଜଣାଇଦେଉଛୁ ଯେ, ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରର ମୋଟ ବଜେଟ୍ ୪୧୦ କୋଟି ଟଙ୍କା ରହିଛି । ଏହି ଚଳଚ୍ଚିତ୍ରରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ମୌନି ରୟ, ଟଲିଉଡ ତାରକା ନାଗାର୍ଜୁନ ଏବଂ ଏପରିକି ଶାହରୁଖ ଖାନଙ୍କ ଭଳି ଅଭିନେତା ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର କାହାଣୀ ଅନ୍ଧକାର ଏବଂ ଆଲୋକରେ ରହିଛି ଏବଂ ଯାହାକି ବ୍ରହ୍ମାସ୍ତ୍ର ପାଇଁ ତାକୁ ତିନି ଭାଗରେ ବିଭକ୍ତ କରାଯାଇଛି ।