ନୂଆଦିଲ୍ଲୀ: ବରିଷ୍ଠ ଅଭିନେତା ତଥା ପ୍ରସିଦ୍ଧ ନିର୍ଦ୍ଦେଶକ ଆୟନ ମୁଖାର୍ଜୀଙ୍କ ପିତା ଏବଂ ଅଭିନେତ୍ରୀ କାଜୋଲଙ୍କ କାକା ଦେବ ମୁଖାର୍ଜୀଙ୍କ ମାର୍ଚ୍ଚ ୧୪ ତାରିଖରେ ଦେହାନ୍ତ ହୋଇଛି।
୮୩ ବର୍ଷୀୟ ଦେବ ମୁଖାର୍ଜୀ ଅସୁସ୍ଥ ଥିବା ହେତୁ କିଛିଦିନ ହେବ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ନିକଟରେ ସେ ହସ୍ପିଟାଲରୁ ଘରକୁ ଫେରି ବିଶ୍ରାମରେ ଥିଲେ। ରଙ୍ଗର ପର୍ବ ହୋଲି ଦିନ ଚାରିଆଡେ ଉତ୍ସବମୁଖର ଥିବା ବେଳେ ଦେବ ସମସ୍ତଙ୍କୁ ପରକରି ଆରପାରିକୁ ଚାଲି ଯାଇଛନ୍ତି।
ଦେବ ମୁଖାର୍ଜୀଙ୍କ ସମ୍ପର୍କୀୟ ଫୋନ ଯୋଗ ଏହି ଦୁଃଖର ଖବର ଦେଇ କହିଥିଲେ, ‘ଆଜି ସକାଳ ପ୍ରାୟ ୭.୩୦ ସମୟରେ ମୁମ୍ବାଇ ବାସଭବନରେ ଦେବ ମୁଖାର୍ଜୀ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଦେବ ମୁଖାର୍ଜୀଙ୍କ ଶେଷକୃତ୍ୟ ଆଜି ଅପରାହ୍ନ ୪.୦୦ ଟାରେ ମୁମ୍ବାଇର ଭିଲେ ପାର୍ଲେସ୍ଥିତ ପବନ ହଂସ ଶ୍ମଶାନରେ ସମ୍ପର୍ଣ୍ଣ କରାଯିବ।
ଦେବ ମୁଖାର୍ଜୀ ବହୁ ବର୍ଷ ଧରି 'ନର୍ଥ ବମ୍ବେ ସାର୍ବଜନୀନ ଦୁର୍ଗା ପୂଜା ମଣ୍ଡପ' ଆୟୋଜନ କରିଆସୁଥିଲେ, ଯାହାକି ମୁମ୍ବାଇର ସବୁଠାରୁ ବଡ଼ ଦୁର୍ଗା ମହୋତ୍ସବ ଭାବରେ ଜଣାଶୁଣା ଥିଲା। ଏହି ପୂଜା ଆୟୋଜନ ସମୟରେ ଦେବଙ୍କୁ କାଜୋଲ ଏବଂ ରାଣୀ ମୁଖାର୍ଜୀ ସାହାଯ୍ୟ କରୁଥିବାର ଅନେକ ସମୟରେ ଦେଖିବାକୁ ମିଳିଛି।
ଦେବ ମୁଖାର୍ଜୀ ୬୦ ଏବଂ ୭୦ ଦଶକରେ ଅନେକ ଫିଲ୍ମରେ କାମ କରିଥିଲେ, କିନ୍ତୁ ତାଙ୍କୁ ବିଶେଷ ସଫଳତା ମିଳି ନଥିଲା। ସେ କରାଟେ (୧୯୮୩), ବାତୋଁ ବୋତତୋଁ ମେ (୧୯୭୯), ମୈଁ ତୁଳସୀ ତେରେ ଆଙ୍ଗନ୍ କି (୧୯୭୮), କିଙ୍ଗ୍ ଅଙ୍କଲ୍ (୧୯୯୩), ବନ୍ଧୁ (୧୯୯୨), ଆସୁ ବନେ ଅଙ୍ଗାରେ (୧୯୯୩), ମମତା କି ଛାୱ ମେ (୧୯୮୯) ଏବଂ ଗୁରୁ ହୋ ଜା ସୁରୁ (୧୯୭୯) ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/14/kHciM2peuuYOYrLVpnFu.jpg)