ମୁମ୍ବାଇ: ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଯେଉଁଭଳି ଭାବେ ଦର୍ଶକଙ୍କ ଆଦୃତି ଲାଭ କରି ଚାଲିଛି, ତାହା ସଭିଙ୍କୁ ଚକିତ କରିଛି। ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ୧୦ ଦିନରେ ୨୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିପାରିଛି। ଫିଲ୍ମଟି ବିଶ୍ବ ସ୍ତରରେ ୩୫୦ କୋଟି ଟଙ୍କା ପାଖାପାଖି ବେପାର କରି ସାରିଲାଣି। ଏହି ଚଳଚ୍ଚିତ୍ରଟି ‘ଦ କାଶ୍ମୀର ଫାଇଲ୍ସ’କୁ ପଛରେ ପକେଇ ୨୦୨୨ର ସବୁଠାରୁ ବଡ଼ ବଲିଉଡ୍ ଫିଲ୍ମ ବନି ସାରିଲାଣି।
‘ବ୍ରହ୍ମାସ୍ତ୍ର’ କେବଳ ଭାରତରେ ନୁହେଁ, ବରଂ ଆମେରିକାରେ ବି ଖୁବ୍ ରୋଜଗାର କରିଛି। ଫିଲ୍ମଟି ଆମେରିକାରେ ରୋଜଗାର ମାମଲାରେ ସପ୍ତମ ସ୍ଥାନରେ ରହିଛି। ପୂର୍ବରୁ ଏହି ସ୍ଥାନରେ ରହିଥିଲା ‘ବାଜିରାଓ ମସ୍ତାନୀ’। ଏବେ ‘ବାଜିରାଓ ମସ୍ତାନୀ’ ଅଷ୍ଟମ ସ୍ଥାନକୁ ଖସି ଯାଇଛି।
ରୋଜଗାର କ୍ଷେତ୍ରରେ ଆମେରିକାରେ ୧୨.୩୯ ମିଲିୟନ୍ ଡଲାର ରୋଜଗାର କରି ପ୍ରଥମ ସ୍ଥାନରେ ରହିଛି ‘ଦଙ୍ଗଲ’, ୧୨.୧୬ ମିଲିୟନ୍ ଡଲାର ରୋଜଗାର କରି ଦ୍ବିତୀୟ ସ୍ଥାନରେ ରହିଛି ‘ପଦ୍ମାବତ’, ୧୦.୧୬ ମିଲିୟନ୍ ଡଲାର ରୋଜଗାର କରି ତୃତୀୟ ସ୍ଥାନରେ ରହିଛି ‘ପିକେ’, ୮.୧୮ ମିଲିୟନ୍ ଡଲାର ରୋଜଗାର କରି ଚତୁର୍ଥ ସ୍ଥାନରେ ରହିଛି ‘ବଗରଙ୍ଗୀ ଭାଇଜାନ୍’, ୮.୦୯ ମିଲିୟନ୍ ଡଲାର ରୋଜଗାର କରି ୫ମ ସ୍ଥାନରେ ଅଛି ‘ଧୁମ୍-୩’, ୭.୯୦ ମିଲିୟନ୍ ଡଲାର ରୋଜଗାର କରି ୬ଷ୍ଠ ସ୍ଥାନରେ ଅଛି ‘ସଞ୍ଜୁ’, ୬.୫୫ ମିଲିୟନ୍ ଡଲାର ରୋଜଗାର କରି ଅଷ୍ଟମ ସପ୍ତମ ସ୍ଥାନରେ ରହିଛି ‘ବ୍ରହ୍ମାସ୍ତ୍ର’, ୬.୫୩ ମିଲିୟନ୍ ଡଲାର ରୋଜଗାର କରି ନବମ ସ୍ଥାନରେ ରହିଛି ‘୩ ଇଡିୟଟ୍ସ’ ଓ ୬.୦୨ ମିଲିୟନ୍ ଡଲାର ରୋଜଗାର କରି ଦଶମ ସ୍ଥାନରେ ରହିଛି ‘ସୁଲ୍ତାନ୍’।