ଆଲିଆଙ୍କ ପାଇଁ ଶେଷ ହେବାର ୩ଦିନ ପୂର୍ବରୁ ଅଟକିଲା ‘ବ୍ରହ୍ମାସ୍ତ୍ର’ର ସୁଟିଂ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଏବେ ବ୍ୟସ୍ତ ଅଛନ୍ତି । ହେଲେ ଫିଲ୍ମର ସୁଟିଂ ପାଇଁ ଦୁଇ ମୁଖ୍ୟ କଳାକାର ଆଲିଆ ଭଟ୍ଟ ଏବଂ ରଣବୀର କପୁର ବାରଣାସୀରେ ଯାଇ ପହଞ୍ଚିଥିବା ବେଳେ ସୁଟିଂ ଶେଷ ହୋଇ ପାରି ନଥିବା ଜଣା ପଡ଼ିଛି । ସୁଟିଂ ଶେଷ ହେବାର ୩ଦିନ ପୂର୍ବରୁ ହିଁ ଆଲିଆ ଏବଂ ରଣବୀର ମୁମ୍ବାଇ ଫେରି ଆସିଛନ୍ତି ।

SpotboyE

ସୂଚନା ମୁତାବକ, ହଠାତ ଆଲିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ମୁମ୍ବାଇ ଫେରି ଆସିଛନ୍ତି । ଆଲିଆ ମୁମ୍ବାଇରେ ଚିକିତ୍ସିତ ହେୋଇ କରି ଠିକ୍‌ ହେବା ପରେ ଯାଇ ପୁଣି ସୁଟିଂ ଆରମ୍ଭ ହେବ । ୩ଦିନରେ ଗୋଟେ ଗୀତ ସୁଟ୍‌ ହେବାକୁ ଥିବା ବେଳେ ଆଲିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ତଥାପି ଆଲିଆ ସୁଟିଂ ଜାରି ରଖିଥିଲେ । କିନ୍ତୁ ଫିଲ୍ମର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଫିଲ୍ମର ସୁଟିଂ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ପରେ ଆଲିଆ-ରଣବୀର ମୁମ୍ବାଇ ଫେରି ଆସିଥିବା ଜଣା ପଡ଼ିଛି । ଏବେ ନଭେମ୍ବରରେ ଫିଲ୍ମର ଗୀତ ସୁଟ୍‌ କରାଯିବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର