ରାମ୍ପ ଓ୍ଵାକ୍‌ କରୁଥିବା ସମୟରେ ଟଳି ପଡ଼ିଲେ ବ୍ରାଜିଲିୟାନ ମଡ଼େଲ, ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ : ସାଓ ପାଓଲୋ ଫ୍ୟାଶନ ଉଇକ୍‌ର ଶେଷ ଦିନ ଅତ୍ୟନ୍ତ ଦୁଃଖଦ ରହିଥିଲା । ଜଣେ ବ୍ରାଜିଲିଆନ୍‌ ମଡେଲ ରାମ୍ପ ଓ୍ଵାକ୍‌ କରୁଥିବା ସମୟରେ ହଠାତ୍‌ ତଳେ ପଡ଼ି ଯାଇଥିଲେ । ଯାହା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଶନିବାର ମଡେଲ ଜଣଙ୍କ କ୍ୟାଟ୍‌ ଓ୍ଵାକ୍‌ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ଏ ପର୍ଯ୍ୟନ୍ତ ମଡେଲଙ୍କର ମୃତ୍ୟୁ ପଛର କାରଣ ଜଣା ପଡ଼ି ପାରି ନାହିଁ ।

ସୂଚନା ମୁତାବକ, ୨୬ବର୍ଷୀୟ ମଡେଲ ରାମ୍ପ ଓ୍ଵାକ୍‌ କରି ଆଗକୁ ଆସିବା ସହ ଫଟୋ ଉଠାଇଥିଲେ । ଏହା ପରେ ପଛକୁ ବୁଲିବା ସମୟରେ ମଡେଲଜଣଙ୍କ ହଠାତ୍‌ ତଳେ ପଡ଼ି ଯାଇଥିଲେ । ତୁରନ୍ତ ତାଙ୍କର ଚିକିତ୍ସା ଡ଼ାକ୍ତରୀ ଟିମ୍‌ କରିଥିଲେ ମଧ୍ୟ ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ସାଓ ପାଓଲୋ ଫ୍ୟାଶନ ଉଇକ୍‌ ମଡେଲଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର