ନୂଆଦିଲ୍ଲୀ: ମୃତ ଘୋଷଣା ହେବା ପରେ କେହି ଜୀବିତ ହୋଇଥିବାର ଆପଣ କେବେ ଦେଖିଛନ୍ତି ଶୁଣିଛନ୍ତି କି? ଅଧିକାଂଶ ଲୋକ ଏହାର ଉତ୍ତର ନାରେ ନିଶ୍ଚିତ ଭାବେ ଦେବେ। କିନ୍ତୁ, ଆଜି ଆମେ ଆପଣଙ୍କୁ ଜଣେ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ମୃତ୍ୟୁ ପରେ ପୁନର୍ବାର ଜୀବନ୍ତ ହୋଇଥିଲେ। ଉକ୍ତ କଳାକାର ଜଣକ ନିଜର ଅନୁଭୂତିକୁ ସମସ୍ତ ସହିତ ସେୟାର କରିଛନ୍ତି।
ଭାରତୀୟ ମୂଳ ବାସିନ୍ଦା ବ୍ରିଟିଶ ଅଭିନେତା ଶିବ ଗ୍ରେୱାଲଙ୍କ ମୃତ୍ୟୁ ହୋଇଯିବା ପରେ ସେ ଦ୍ବିତୀୟ ଜନ୍ମ ପାଇଛନ୍ତି। ଏକଥା ଆମେ ନୁହେଁ ନିଜେ ଅଭିନେତା ତାଙ୍କ ଦ୍ବିତୀୟଜନ୍ମର ଅନୁଭୂତିକୁ ସମସ୍ତ ସହିତ ସେୟାର କରିଛନ୍ତି।
ଶିବ ଗ୍ରେୱାଲ କହିଛନ୍ତି,‘୨୦୨୩ରେ ମୋର ସହିତ ଘଟିଥିବା ଘଟଣା ଅଭୁଲା ସ୍ମୃତି ହୋଇ ସାରା ଜୀବନ ରହିଥିବ। ଦିନେ ମୁଁ ଘରେ ଖାଇବା ସମୟରେ ହୃଦଘାତର ଶିକାର ହୋଇଥିଲି। ଏହାପରେ ସାଧାରଣ ଲୋକଙ୍କ ପରି ମୋ ହୃତପିଣ୍ଡ ବନ୍ଦ ହୋଇଯାଇଥିଲା। ଲୋକେ ମୋତେ ମୃତ ବୋଲି ଭାବି ନେଇଥିଲେ। ପରିବାରଲୋକ କାନ୍ଦବୋବାଳି ବି ଆରମ୍ଭ କରି ଦେଇଥିଲେ।
ନିଶ୍ବାସ ଓ ପ୍ରଶ୍ବାସ ବନ୍ଦ ହୋଇଯିବାର ୭ମିନିଟ ପରେ ମୋର ନିଶ୍ବାସ ଓ ପ୍ରଶ୍ବାସ ପୁଣି ଫେରି ଆସିଥିଲା। ମୁଁ ଏକ ଅନ୍ୟ ଦୁନିଆରୁ ଯାତ୍ରା କରି ଫେରିଛି ଭଳି ଅନୁଭବ ହୋଇଥିଲା। ମୋତେ ସେହି ୭ମିନିଟ ଲାଗିଥିଲା ମୋ ଚାରିପାଖରେ ଅଦ୍ଭୁତ ଜିନିଷ ସବୁ ଅଛି। ଆଉ ମୁଁ ପାଣି ଉପରେ ଭାସୁଛି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/09e2dc9f-7234-44fa-8abc-3de6f7d0ed2b.jpg)