ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଲୋକପ୍ରିୟ ମ୍ୟୁଜିକ୍ ବ୍ୟାଣ୍ଡ ମଧ୍ୟରେ ବିଟିଏସର ନାମ ଶୀର୍ଷରେ ରହିଛି। କୋରିଆର ଏହି ବିଟିଏସ ବ୍ୟାଣ୍ଡର ସମସ୍ତ ସଦସ୍ୟ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ଏବଂ ସେମାନଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ଏବେ ବିଟିଏସ୍ ସଦସ୍ୟମାନେ କୌଣସି କନସର୍ଟ କରୁନଥିଲେ ବି ସୋସିଆଲ ମିଡିଆ ମାଧ୍ୟମରେ ନିଜର ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଥିବା ଦେଖାଯାଇଛି। କନସର୍ଟ ନକଲେ ବି ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ପ୍ରଶଂସକ ସେମାନଙ୍କୁ ଭଲପାଇବା ଦେଉଥିବା ଦେଖାଯାଏ। ଏବେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି।

Advertisment

ସୂଚନା ମିଳିଛି ଯେ, ବିଟିଏସ ବ୍ୟାଣ୍ଡର ଜଙ୍ଗକୁକ୍ ଲାଇଭ୍ କରି ଶୋଇପଡ଼ିଥିଲେ ବି ତାଙ୍କୁ ଶୋଇଥିବାର ୬୦ଲକ୍ଷ ଲୋକ ଦେଖିଥିଲେ।ରବିବାର ଜଙ୍ଗକୁକଙ୍କୁ ନିଦ ଆସୁନଥିବାରୁ, ସେ ତାଙ୍କ ପ୍ରଶଂସକଙ୍କ ସହ ଲାଇଭ୍ ସେସନ କରିବାକୁ ନିଷ୍ପତ୍ତି ନେଇଥିଲେ। କଳା ରଙ୍ଗର ଟି-ସାର୍ଟ ପିନ୍ଧି ଜଙ୍ଗକୁକ୍ ଲାଇଭ୍ ସେସନ ଆରମ୍ଭ କରିବା ପରେ ତାଙ୍କୁ ଲାଇଭ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ଯୋଗ ଦେଇଥିଲେ। ଏହି ସମୟରେ ଜଙ୍ଗକୁକ୍ ତାଙ୍କ ପ୍ରଶଂସକମାନଙ୍କୁ କହିଥିଲେ, 'ଯଦି ମୁଁ ଏହିପରି ଶୋଇଯାଏ, ତେବେ କମ୍ପାନି ପାଗଳ ହୋଇଯିବ'। ଏହା କହିବା ମାତ୍ରେ ଜଙ୍ଗକୁକ୍ ସଙ୍ଗେ ସଙ୍ଗେ ଶୋଇପଡିଥିଲେ। ସେ ଶୋଇବା ପରେ ତାଙ୍କ ଲାଇଭ୍ ସେସନ ପ୍ରାୟ ୨୧ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ​​ଏବଂ ୬୦ଲକ୍ଷ ଲୋକ ତାଙ୍କୁ ଶୋଇଥିବାର ଦେଖିଥିଲେ। ଜଙ୍ଗକୁକଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବା ପରେ ଜଙ୍ଗକୁକ୍ ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲେ ବୋଲି ସାମ୍ନାକୁ ଆସିଛି।