ଏ ବର୍ଷ ପରଦାକୁ ଆସି ନାହାନ୍ତି ବୁଦ୍ଧାଦିତ୍ୟ ମହାନ୍ତି

ଭୁବନେଶ୍ୱର:ଏ ବର୍ଷ କେତେଜଣ ନାମୀ କଳାକାରଙ୍କର ଗୋଟିଏ ବି ଓଡ଼ିଆ ସିନେମା ରିଲିଜ୍‌ ହୋଇ ନାହିଁ।ଏମାନଙ୍କ ଭିତରେ ଜଣେ ହେଲେ ଓଲିଉଡର ଅନ୍ୟତମ ସଫଳ ନାୟକ ବୁଦ୍ଧାଦିତ୍ୟ ମହାନ୍ତି । ତାଙ୍କୁ ୨୦୧୭ରେ କୌଣସି ଓଡ଼ିଆ ଛବିରେ ଦେଖି ନାହାନ୍ତି ସିନେପ୍ରେମୀ ବା ଦେଖିବାର ସମ୍ଭାବନା ବି ନାହିଁ। ତାଙ୍କର ମୁକ୍ତିପ୍ରାପ୍ତ ପ୍ରଥମ ସିନେମା ହେଲା ଆଇ ଲଭ୍‌ ମାଇଁ ଇଣ୍ଡିଆ। ବିଭୁତି ରାଉତରାୟଙ୍କ ପ୍ରଯୋଜିତ ତଥା ସଂଗ୍ରାମ ବିଶ୍ୱାଳଙ୍କ ନିର୍ଦ୍ଦେଶିତ ଏହି ସିନେମା ୨୦୦୬ରେ ରିଲିଜ୍‌ ହୋଇଥିଲା। ୨୦୦୭ରେ କିନ୍ତୁ ତାଙ୍କର ଗୋଟିଏ ବି ସିନେମା ପରଦାକୁ ଆସି ନଥିଲା।ଏହାପରଠୁ ପ୍ରାୟ ପ୍ରତି ବର୍ଷ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ଅଭିନୀତ କୌଣସି ନା କୌଣସି ଓଡ଼ିଆ ଛବି ରିଲିଜ୍‌ ହେବାର ଜଣାଯାଇଛି।

ଗତବର୍ଷ ତାଙ୍କୁ ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ବାଏ ବାଏ ଦୁବାଇ’ରେ ଦେଖିବାକୁ ପାଇଥିଲେ ଦର୍ଶକ। ଏଥିରେ ତାଙ୍କର ନାୟିକା ଥିଲେ ଅର୍ଚ୍ଚିତା। ଅପରପକ୍ଷରେ ୨୦୧୫ରେ ବୁଦ୍ଧାଦିତ୍ୟ ମହାନ୍ତି ‘ଜଗା ହାତରେ ପଘା’ରେ ଖଳନାୟକ ଭୂମିକାରେ ନଜର ଆସିଥିଲେ। ହେଲେ ୨୦୧୭ରେ ତାଙ୍କର କୌଣସି ଓଡ଼ିଆ ସିନେମା ରିଲିଜ୍‌ ହେବାର ସମ୍ଭାବନା ନାହିଁ,କାରଣ ଏବେ ତାଙ୍କର ଗୋଟିଏ ବି ଓଡ଼ିଆ ଛବି ଫ୍ଲୋରରେ ନାହିଁ।

ସମ୍ବନ୍ଧିତ ଖବର